ଗବେଷକମାନଙ୍କ ସେବାରେ ରାଜ୍ୟ ଅଭିଲେଖାଗାର

MAP-2ଗତ ଫେବୃୟାରୀ ମାସରେ ରାଜ୍ୟ ଅଭିଲେଖାଗାର ସୂଚନା ଗବେଷଣା ଉପବିଭାଗରେ ୫ ଖଣ୍ଡ ପୁସ୍ତକର ସଂଯୋଗୀକରଣ,୫ଖଣ୍ଡ ପୁସ୍ତକର ପୃଥକୀକରଣ ଓ ବର୍ଗୀକରଣ କରାଯିବା ସହ ୫୫ ଜଣ ଗବେଷକମାନଙ୍କୁ ସେମାନଙ୍କର ଗବେଷଣା ସଙ୍କ୍ରାନ୍ତୀୟ ଆବଶ୍ୟକୀୟ ୨୩୦ଖଣ୍ଡ ପୁସ୍ତକ ଓ ନଥିପତ୍ର ଯୋଗାଇଦିଆଯାଇଥିଲା । ଉକ୍ତମାସରେ ରାଜସ୍ୱ ବାବଦକୁ ମୋଟ ଟ.୧,୧୧୪.୦୦ ମାତ୍ର ଆଦାୟ କରାଯାଇଥିଲା । ଏହି ବିଭାଗ ଦ୍ଵାରା ୧୦ଗୋଟି ଗ୍ରନ୍ଥ ଖଣ୍ଡର ସଂଯୋଗୀକରଣ,୮୦ଗୋଟି ରାକର ସଫାଇ ଓ ସଜାଡି ରଖିବା ; ୫ଗୋଟି ଗ୍ରନ୍ଥ ଖଣ୍ଡ ଓ ୧୦ଖଣ୍ଡ ଫାଇଲର ଜେରକ୍ସ କରାଯିବା ସହ ୩୦୮ଟି ଦୈନିକ ସଂବାଦପତ୍ରର ରୋଜନାମାଙ୍କନ କରାଯାଇଥିଲା ଏବଂ ୧୫ଟି ଫାଇଲର ସିଲାଇ କରାଯାଇଥିଲା । ଏହା ବ୍ୟତୀତ ଗବେଷକମାନଙ୍କୁ ସେମାନଙ୍କର ଗବେଷଣା ସଙ୍କ୍ରାନ୍ତୀୟ ଆବଶ୍ୟକୀୟ ୫୭ ଟି ଗ୍ରନ୍ଥ ଖଣ୍ଡ ,୬୦ଟି ଫାଇଲ ଓ ୭୯ଖଣ୍ଡ ମୁକ୍ତ ନଥି ଯୋଗାଇ ଦିଆଯାଇଥିଲା । ଉକ୍ତମାସରେ ସମ୍ବଲପୁରଠାରେ ଅବସ୍ଥାପିତ ଆଞ୍ଚଳିକ ଅଭିଲେଖାଗାର ଦ୍ଵାରା ଅଭିଲେଖାଗାରରୁ ସ୍ଥାନାନ୍ତରିତ ହୋଇଥିବା ଜେରକ୍ସ ନଥିର ସଫାଇ କାର୍ଯ୍ୟ କରାଯିବା ସହ ୫ଜଣ ଗବେଷକ ମାନଙ୍କୁ ତାଙ୍କର ଗବେଷକ ସଙ୍କ୍ରାନ୍ତୀୟ ଆବଶ୍ୟକୀୟ ପୁସ୍ତକ ଓ ନଥି ଯୋଗାଇ ଦିଆଯାଇଥିଲା ।

Share in top social networks!
Powered By Indic IME