ଅନୁପ୍ରବେଶକାରୀଙ୍କୁ ହଟାଇବା ପାଇଁ ସଂକଳ୍ପ ନେଲା ଭାରତ ରକ୍ଷା ମଞ୍ଚ ; ସବରକର ପ୍ରବନ୍ଧ ପ୍ରତିଯୋଗୀତା ୩୧ରେ

photo (1)ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ବୀର ସବରକରଙ୍କ ଜୟନ୍ତୀ ଉତ୍ସବ ପାଳନ ଅବସରରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଏକ ପ୍ରବନ୍ଧ ପ୍ରତିଯୋଗୀତା ମଇ ୩୧ ତାରିଖରେ ଅନୁଷ୍ଠିତ ହେବ । ୟୁନିଟ୍-୩ ବୁଦ୍ଧ ମନ୍ଦିର ପରିସରରେ ସେଦିନ ଅପରାହ୍ନ ୫ ଘଟିକା ସମୟରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିଯୋଗୀତାରେ ୫ମରୁ୧୦ମ ଶ୍ରେଣୀ ର ଛାତ୍ରଛାତ୍ରୀମାନେ ଅଂଶଗ୍ରହଜନ କରିବେ । ପ୍ରବନ୍ଧ ପ୍ରତିଯୋଗୀତା ଓଡିଆ,ଇଂରାଜୀ,ଏବଂ ହିନ୍ଦୀ ଭାଷାରେ କରାଯିବ । ଏଥିରେ ଭାଗ ନେବାପାଇଁ ଚାହୁଁଥିବା ଛାତ୍ରଛାତ୍ରୀମାନେ ବିଶେଷ ବିବରଣୀ ପାଇଁ ୯୧୨୪୪୬୧୪୪୪ ଫୋନ ନମ୍ବରରେ ଯୋଗାଯୋଗ କରିପାରିବେ । ଏହି ପ୍ରତିଯୋଗିତାରେ କୃତି ବିଜେତାଙ୍କୁ ଜୁନ ୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଉଦଯାପନୀ ଉତ୍ସବରେ ସବରକରଙ୍କ ବୋହୁ ହିମାନୀ ସବରକର ଙ୍କ ଦ୍ଵାରା ପୁରସ୍କୃତ କରାଯିବ । ୫ଦିନ ବ୍ୟାପୀ ଚାଲିଥିବା ସବରକର ଜୟନ୍ତୀ ଅବସରରେ ଗୁରୁବାର ଭାରତରକ୍ଷା ମଞ୍ଚର କର୍ମକର୍ତ୍ତା ମାନେ ସଂକଳ୍ପ ଦିବସ ପାଳନ କରିଥିଲେ । ଦେଶରୁ ଅନୁପ୍ରବେଶକାରୀମାନଙ୍କୁ ହଟାଇବା ପାଇଁ ଅଭିଯାନ ଜୋରଦାର କାରିବା ସକାଶେ ସମସ୍ତେ ସଂକଳ୍ପ ପାଠ କରିଥିଲେ । ଏହି ସଂକଳ୍ପ ଦିବସରେ ଭାରତ ରକ୍ଷା ମଞ୍ଚର ରାଜ୍ୟସାଧାରଣ ସମ୍ପାଦକ ମୁରଲୀ ଶର୍ମା ,ଜାତୀୟ ସମ୍ପାଦକ ଅନିଲ ଧୀର,ମଞ୍ଚର ବରିଷ୍ଠ କର୍ମକର୍ତ୍ତା ହରିହର ଶତପଥୀ ,ରାଜେନ୍ଦ୍ର ସାହୁ,ଶେଷନାଥ ରାୟ,ରମାବଲ୍ଲଭ ପାଣ୍ଡେ ,ଗିରିଜା ଶଙ୍କର ଦାସ,ପ୍ରକାଶ ନାରାୟଣ ମାଲୋଣ୍ଡକର ,ସନ୍ତୋଷ କୁମାର ଜେନା,ପ୍ରଦୀପ କୁମାର ତ୍ରିପାଠୀ,ନିରାପୁନ୍ଦର କୁମାର ଚୌଧୁରୀ,ବିଧାନ ଚନ୍ଦ୍ର ପ୍ରଧାନ ପ୍ରମୁଖ ସଂକଳ୍ପ ଗ୍ରହଣ କରିଥିଲେ ।

Share in top social networks!