ରଥଯାତ୍ରା ନିମନ୍ତେ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରସ୍ତୁତି ବୈଠକ

imagesସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆସନ୍ତା ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ବିଭାଗୀୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ରଥଯାତ୍ରାରେ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ମାନ୍ୟବର ମନ୍ତ୍ରୀ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ରଥଯାତ୍ରା ସମ୍ପର୍କିତ ସମସ୍ତ କାର୍ଯ୍ୟକୁ ଦକ୍ଷତାର ସହ ସମ୍ପାଦନ କରିବାକୁ ମାନ୍ୟବର ମନ୍ତ୍ରୀ ଉପସ୍ଥିତ ଥିବା ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରମୁଖ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଏହି ଅବସରରେ ରଥଯାତ୍ରା ସମୟରେ ଉନ୍ନତମାନର କାର୍ଯ୍ୟ ସମ୍ପାଦନ ଉପରେ ଗୁରୁତ୍ଵାରୋପ କରିଥିଲେ । ବିଭାଗୀୟ ନିର୍ଦ୍ଦେଶକ,ଶ୍ରୀ ପ୍ରମୋଦ କୁମାର ଦାସ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଚଳିତ ବର୍ଷ ୮ ଗୋଟି ସ୍ଥାନ ମାନଙ୍କରେ ଯଥା-ସିଂହଦ୍ଵାର,ଗୁଣ୍ଡିଚାବାଡି,ତାଳବଣିଆ,ବଡଶଙ୍ଖ,ରେଲୱେ ଷ୍ଟେସନ,ଟାଉନ ଥାନା,ବଳଗଣ୍ଡି ଓ ଦିଗବାରେଣୀ ଖୁଣ୍ଟି ସ୍ଥାନମାନଙ୍କରେ ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ କରାଯିବ । ଉକ୍ତ ବୈଠକରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ଶଶାଙ୍କ ଶେଖର ପଣ୍ଡା,ଓଡିଶା ରିଭ୍ୟୁର ସଂପାଦକ ଡଃ ଲେନିନ ମହାନ୍ତି ,ଯୁଗ୍ମ ନିର୍ଦେଶକ ତଥା ଉପଶାସନ ସଚିବ,ଶ୍ରୀ ନିରଞ୍ଜନ ସେଠୀ,ଉପଶାସନ ସଚିବ ଶ୍ରୀ ବିରେନ୍ଦ୍ର କର୍କରା,ଉପନିର୍ଦ୍ଦେଶକ ତଥା ଉପଶାସନସଚିବ,ଶ୍ରୀ ରମାଶଙ୍କର ବେହେରା,ଉପନିର୍ଦ୍ଦେଶକ,କେନ୍ଦ୍ରାଞ୍ଚଳ ଶ୍ରୀ ପ୍ରମୋଦ କୁମାର ମଲ୍ଲିକ,ଓଡିଶା ସରକାରୀ ମୁଦ୍ରାଣାଳୟ କଟକର ଉପନିର୍ଦ୍ଦେଶକ ଶ୍ରୀ ପ୍ରବୋଧ ପଟ୍ଟନାୟକ,ସହକାରି ନିର୍ଦେଶକ ଶ୍ରୀ ଶ୍ରୀନିବାସ ସ୍ଵାଇଁ,ମୁଖ୍ୟ ପରିଚାଳନା ଅଧିକାରୀ,ସୂଚନା ଅଧିକାର ଶ୍ରୀ ବିବେକାନନ୍ଦ ବିଶ୍ଵାଳଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ ।

Share in top social networks!