ନବୀନ ପଟ୍ଟନାୟକଙ୍କ ୮ ଦିନିଆ ଦିଲ୍ଲୀ ଗସ୍ତ , ମୋଦୀଙ୍କ ସହିତ ଭେଟ

downloadଦୁଇ ସପ୍ତାହ ପରେ ପୁଣି ମୁଖ୍ୟମନ୍ତ୍ରୀ ବାହାରିଛନ୍ତି ଦିଲ୍ଲୀ ଗସ୍ତରେ । ଆଜିଠାରୁ ୮ ଦିନିଆ ଗସ୍ତରେ ଯାଇ ଜୁନ ୫ ତାରିଖରେ ଫେରିବାର କାର୍ଯ୍ୟକ୍ରମ ରହିଛି । ଏଥର ସରକାରୀ ଗସ୍ତରେ ଯାଉଛନ୍ତି ନବୀନ । ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ,ଅନେକ ଜାତୀୟ ଦଳର ନେତାଙ୍କୁ ବି । ମୁଖ୍ୟମନ୍ତ୍ରୀଙ୍କ ଏହି ୮ ଦିନିଆ ଗସ୍ତ ଅନେକ ଦୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ବୋଲି ଜଣାଯାଉଛି । ୩୦ତାରିଖରୁ ୪ ତାରିଖ ମଧ୍ୟରେ ନବୀନ ମୁଖ୍ୟତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ବିଧାନସଭା ବାଚସ୍ପତି ନିର୍ବାଚନକୁ ଆଳ କରି ୨୬ ତାରିଖରେ ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବକୁ ଯାଇ ପାରିନଥିଲେ । ତାଙ୍କ ତରଫରୁ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ପ୍ରତିନିଧି ଭାବେ ପଠାଯାଇଥିଲା ଦିଲ୍ଲୀକୁ । ତେବେ ରାଜନୈତିକ ମହଲର କହିବା କଥା ହେଉଛି,ଚିଟଫଣ୍ଡ ଦୁର୍ନୀତିର ସିବିଆଇ ତଦନ୍ତ ଆରମ୍ଭ ହୋଇସାରିଛି । ସାହା କମିଶନ ସୁପାରିସ ଭିତ୍ତିରେ ଖଣି ଦୁର୍ନୀତିର ସିବିଆଇ ତଦନ୍ତ ହେବ କି ନାହିଁ ତାହା କେନ୍ଦ୍ର ସରକାରଙ୍କ ବିଚାରଧିନ ରହିଛି । ଏପରି ପରିପ୍ରେକ୍ଷୀରେ କେନ୍ଦ୍ରସରକାରଙ୍କ ଶୁଭ ଦୃଷ୍ଟିରେ ବିଜେଡ଼ି ସରକାର ରହିବା ପାଇଁ ଉଦ୍ୟମ କରୁଛି ।

Share in top social networks!