୫ଦିନିଆ ବୀର ସଭରକର ଜୟନ୍ତୀ ସମାରୋହ ଆରମ୍ଭ ଜୁନ ୧ରେ ଯୋଗଦେବେ ହିମାନୀ ସଭରକର

MAP-14
ଭାରତୀୟ ସ୍ଵାଧୀନତା ସଂଗ୍ରାମର ଅନ୍ୟତମ ସେନାନୀ ଓ ସ୍ଵତନ୍ତ୍ରତା ବୀର ଭାବେ ପ୍ରଖ୍ୟାତ ବିନାୟକ ଦାମୋଦର ସଭରକର ବା ବୀର ସଭରକରଙ୍କ ଜୟନ୍ତୀ ଉତ୍ସବ ଆଜି ଉଦଘାଟିତ ହୋଇଯାଇଛି । ଭାରତ ରକ୍ଷା ମଞ୍ଚ ପକ୍ଷରୁ ପ୍ରଥମ ଥର ପାଇଁ ସ୍ଥାନୀୟ ବୁଦ୍ଧ ବିହାର ଠାରେ ପାଞ୍ଚଡିନ ବ୍ୟାପୀ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମ ପ୍ରଥମ ଦିବସରେ ବୀର ସଭରକରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଵଳନ କରାଯାଇଥିଲା । ଉଲ୍ଲେଖଯୋଗ୍ୟଯେ ରାଜ୍ୟ ତଥା ଦେଶରେ ଅନୁପ୍ରବେଶକୁ ରୋକିବା ପାଇଁ ଓ ପଶିଆସିଥିବା ଅନୁପ୍ରବେଶକାରୀଙ୍କୁ ହଟାଇବା ପାଇଁ ବା ଦାବିରେ ଭାରତ ରକ୍ଷା ମଞ୍ଚ ନିରବଚ୍ଛିନ୍ନ ଭାବେ କାର୍ଯ୍ୟକରି ଆସୁଛି । ଚଳିତ ବର୍ଷ ପାଞ୍ଚଦିନ ବ୍ୟାପୀ ଏହା ହେଉଥିବାବେଳେ ଏହି ଅବସରରେ ଭାରତ ରକ୍ଷା ମଞ୍ଚ ଓଡିଶା ଶାଖା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଦ୍ଵିତୀୟ ଦିବସକୁ ସଂକଳ୍ପ ଦିବସଭାବେ ପାଳନ କରାଯିବାକୁ ଥିବାବେଳେ ସେଦିନ ରାଜ୍ୟର କର୍ମକର୍ତା ଓ ଅନ୍ୟମାନେ ଭରତମାତାର ରକ୍ଷା ପାଇଁ ସଂକଳ୍ପ ନେବ । ଅନ୍ୟ ଦିନ ମାନଙ୍କରେ ଦରିଦ୍ର ନାରାୟଣ ସେବା,ସରକାରୀ ହସ୍ପିଟାଲ ମାନଙ୍କରେ ଫଳମୂଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେହିପରି ମେ ୩୧ତାରିଖରେ ବୁଦ୍ଧ ମନ୍ଦିର ଠାରେ ସ୍କୁଲ ପିଲାମାନଙ୍କ ମଧ୍ୟରେ ସଭରକରଙ୍କ ଜୀବନୀ ଉପରେ ରାଜ୍ୟସ୍ତରୀୟ ପ୍ରବନ୍ଧ ପ୍ରତିଯୋଗୀତା ଅନୁଷ୍ଠିତ ହେବ ବୋଲି ମଞ୍ଚର ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଶର୍ମା କହିଛନ୍ତି । ଉଦଯାପନୀ କାର୍ଯ୍ୟକ୍ରମ ଜୁନ ୧ତାରିଖରେ ରାଜ୍ୟ ଦୃଷ୍ଟିହୀନ ସଂଘ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିରେ ମୁଖ୍ୟାତିଥି ଭାବେ ଯୋଗଦେବା ପାଇଁ ବୀର ସଭରକରଙ୍କ ବୋହୁ,ନାଥୁରାମ ଗଡସେଙ୍କ ଝିଆରୀ ତଥା ଗୋପାଳ ଗଡସେଙ୍କ ଝିଅ ସର୍ବୋପରି ହିନ୍ଦୁ ମହାସଭାର ହିମାନୀ ସଭରକର ଆସୁଛନ୍ତି । ସେ ସେଦିନ ମହାତ୍ମାଗାନ୍ଧି ଓ ବୀର ସଭରକରଙ୍କ ଉପରେ ନିଜର ବକ୍ତବ୍ୟ ରଖିବେ । ଅନ୍ୟମାନଙ୍କ ମଧ୍ୟରେ ଏହି ସଭାରେ ରାଜ୍ୟ ସଭାପତି ହରିହର ଶତପଥି,ସହସଂପାଦକ ନୃପେନ୍ଦ୍ର ଚୌଧୁରୀ ଓ ଆର.ବି.ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!