ରାଜ୍ୟ ନିର୍ବାଚନ ଆୟୋଗର ଚତୁର୍ଥ ପ୍ରତିଷ୍ଠା ଦିବସ ପାଳିତ

MAP-2
ଆଜି ପୂର୍ବାହ୍ନରେ ରାଜ୍ୟ ନିର୍ବାଚନ ଆୟୋଗର ଚତୁର୍ଥ ପ୍ରତିଷ୍ଠା ଦିବସ ନିର୍ବାଚନ ଆୟୁକ୍ତ ଶ୍ରୀ ଅଜିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ନିର୍ବନାଚ ଆୟୋଗର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ଉତ୍ସବରେ ପୂର୍ବତନ ରାଜ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ଦେବେନ୍ଦ୍ର କୁମାର ମିଶ୍ର,ଶ୍ରୀ ଅଭୟାନନ୍ଦ ରଥ,ଶ୍ରୀ ସଂଜୀବ କୁମାର ହୋତା ଯୋଗେଦେଇ ସେମାନଙ୍କର ନିଜନିଜର ଅଭିଜ୍ଞତା ଉପସ୍ଥାପନ କରିବା ସହିତ ଆୟୋଗର ଆବଶ୍ୟକତାପୂରଣ ପାଇଁ ବିଭିନ୍ନ ପରାମର୍ଶ ପ୍ରଦାନ କରିଥିଲେ । ୧୯୯୩ମସିହା ଭାରତର ସମ୍ବିଧାନର ୭୩ ଓ ୭୪ ତମ ଐତିହାସିକ ସଂଶୋଧନ ଦ୍ଵାରା ୧୯୯୪ ମସିହା ମଇ ମାସ ୨୭ତାରିଖରେ ରାଜ୍ୟ ନିର୍ବାଚନ ଆୟୋଗ ଆରମ୍ଭ ହୋଇଥିଲା । ଏହି ଆୟୋଗ ଅଦ୍ୟାବଧି ୪ଗୋଟି ସାଧାରଣ ପଞ୍ଚାୟତ ଓପୌର ନିର୍ବାଚନ ସଫଳତାର ସହ ସଂପନ୍ନ କରିଛି । ମାନ୍ୟବର ନିର୍ବାଚନ ଆୟୁକ୍ତଙ୍କ ଦକ୍ଷ ନେତୃତ୍ଵରେ ୨୦୧୨ ପଞ୍ଚାୟତ ନିର୍ବାଚନ ଓ ୨୦୧୩-୧୪ ପୌର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଷ୍ଠା ଦିବସରେ ଆୟୋଗର ପୂର୍ବତନ ସଚିବ ଶ୍ରୀ ଫକୀର ଚରଣ ଶତପଥୀ ଓ ଶ୍ରୀ ମୁରଲୀଧର ବାରିକ ଯୋଗଦେଇ ରାଜ୍ୟ ସରକାରଙ୍କ ସହଯୋଗରେ ରାଜ୍ୟ ନିର୍ବାଚନ ଆୟୋଗ ସୁରୁଖୁରୁରେ ଚାଲିପାରିବ ବୋଲି ମତ ଦେଇଥିଲେ । ଏହି ଉତ୍ସବରେ ପଞ୍ଚାୟତରାଜ ସଚିବ ଶ୍ରୀ ଡି.ଜେ ସିଂହ ଓ ଗୃହ ଓ ନଗର ଉନ୍ନୟନ ବିଭାଗ ଉପଶାସନ ସଚିବ ଶ୍ରୀ ଜ୍ୟୋତିରଞ୍ଜନ ମିଶ୍ର ଯୋଗଦେଇଥିଲେ । ବୈଠକ ଆରମ୍ଭରେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ଶ୍ରୀ ଦୁଃଖୀଶ୍ୟାମ ଶତପଥୀ ସ୍ଵାଗତ ଭାଷଣ ଦେଇଥିବା ବେଳେ ସ୍ଵତନ୍ତ୍ର ସଚିବ ଶ୍ରୀ ରବୀନ୍ଦ୍ର ନାଥ ସାହୁ ଆନୁଷଙ୍ଗିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପ୍ରତିଷ୍ଠା ଦିବସ ସମାରୋହରେ ଆୟୋଗର ସମସ୍ତ କର୍ମଚାରୀ ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅଧିକାରୀ ଶ୍ରୀ ହେମନ୍ତ କୁମାର ନାୟକ ଯୋଗଦେଇଥିଲେ ।

Share in top social networks!