IBN-7 ତରଫରୁ ଆୟୋଜିତ ଡାଇମଣ୍ଡ ଷ୍ଟେଟ୍ସ ଆୱାର୍ଡ ରେ ଓଡିଶାକୁ Best Emerging Big States ପ୍ରଦାନ

ଜାତୀୟ ନ୍ୟୁଜ୍ prଚାନେଲ IBN-7 ପକ୍ଷରୁ ଚଳିତ ବର୍ଷ ଆୟୋଜିତ ଆଇ.ବି.ଏନ୍-୭ ଡାଇମଣ୍ଡ ଷ୍ଟେଟ୍ସ ଆୱାର୍ଡ ରେ ଓଡିଶା କୁ ଶ୍ରେଷ୍ଠ ଉଦୟମାନ ବୃହତ୍ ରାଜ୍ୟ ଭାବେ ପୁରସ୍କାର ପ୍ରଦାନ କରାଯାଉଛି | ଶ୍ରେଷ୍ଠ ଉଦୟମାନ ବୃହତ୍ ରାଜ୍ୟ ବିଭାଗରେ ଓଡିଶା ଦେଶର ତିନୋଟି ରାଜ୍ୟ ମଧ୍ୟରୁ ଅନ୍ୟତମ ରାଜ୍ୟ ଭାବେ ଏହି ପୁରସ୍କାର ପାଇଛି |

ଆଜି ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ରେ ଲୋକସଭାର ବାଚସ୍ପତି ଶ୍ରୀମତୀ ମୀରା କୁମାରଙ୍କ ଠାରୁ ରାଜ୍ୟ କୃଷି ଓ ପଶୁ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଏହି ପୁରସ୍କାର ଗ୍ରହଣ କରିଛନ୍ତି | ଏସଇଉସିଏଚଏଏନଏଏ ଯୋଗ୍ୟ ଯେ IBN-7 ପକ୍ଷରୁ ଭିତ୍ତିଭୂମି, ନାଗରିକ ସୁରକ୍ଷା , ଶିକ୍ଷା ନିଯୁକ୍ତି ,ପରିବେଶ ,ସ୍ୱାସ୍ଥ୍ୟ , ଦାରିଦ୍ର ନିରାକରଣ ଓ ମହିଳା ସଶକ୍ତିକରଣ ଆଦି ବିଭିନ୍ନ ବର୍ଗରେ ଡାଇମଣ୍ଡ ଷ୍ଟେଟ୍ସ ଆୱାର୍ଡ ଦିଆଯାଇଛି | ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା ରୁ ତଥ୍ୟ ସଂଗ୍ରହ କରାଯାଇ ଏହି ପୁରସ୍କାର ଚୟନ କରାଯାଇଛି |

ଏହି ପୁରସ୍କାର ପାଇଁ ଗଠିତ ବିଚାରକ ମଣ୍ଡଳୀରେ ରିଜର୍ଭ ବ୍ୟାଙ୍କ ର ପୂର୍ବତନ ଗଭର୍ଣର ଡାଃ ଶୈବାଲ ଗୁଣ୍ଡା, ସେବି (SEBI)ର ପୂର୍ବତନ ଅଧକ୍ଷ ଶ୍ରୀ ଏମ୍ ଦାମୋଦରନ୍, ବିଶିଷ୍ଟ ଲେଖକ ତଥା ବୁଦ୍ଧିଜୀବୀ ଶ୍ରୀ ଗୁରୁ ଚରଣ ଦାସ ଓ ଅହମଦାବାଦ IIM ର ପୂର୍ବତନ ନିର୍ଦେଶକ ଡାଃ ବକୁଲ୍ ଢୋଲକିଆ ପ୍ରମୁଖ ସଦସ୍ୟ ଥିଲେ |

Share in top social networks!