ରାଷ୍ଟ୍ରସେବିକା ସମିତି,ଓଡିଶା ତରଫରୁ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର

seveka-2
ନାରୀ ସମାଜ ଚାହିଁଲେ ବିଶ୍ଵର ଆତଙ୍କବାଦ ଦୂର ହୋଇ ପାରିବ-ଅନ୍ନଦାନମ ସୀତା ଗାୟତ୍ରୀ,ସାଧୁସନ୍ଥଙ୍କୁ ରକ୍ଷା କରିବା,ଦୃଷ୍ଟମାନଙ୍କୁ ବିନାଶ କରିବା ଏବଂ ଧର୍ମର ସ୍ଥାପନ କରିବା ଆଜିର ନାରୀମାନଙ୍କର ମୁଖ୍ୟ ଲକ୍ଷ୍ୟହେବା ଉଚିତ । ଯୁଗେ ଯୁଗେ ହିଁ ନାରୀଶକ୍ତି ବିଶ୍ଵକୁ ପ୍ରଳୟରୁ ରକ୍ଷା କରିଆସିଛି । ଆଜିମଧ୍ୟ ସାରା ବିଶ୍ଵରେ ଆତଙ୍କବାଦ,ନକସଲବାଦ,ଦୁର୍ନୀତି,ଭ୍ରଷ୍ଟାଚାର ଆଦି ଯୋଗୁଁ ଯେଉଁ ପ୍ରଳୟରୂପ ନେଉଛି ତାହାକୁ ନାରୀଶକ୍ତି ଅଟକାଇ ପାରିବେ । ତେଣୁ ବର୍ତ୍ତମାନ ସମାଜ ରକ୍ଷା କରିବା ଦାୟିତ୍ଵ ନାରୀଶକ୍ତି ମାନଙ୍କର । ଆଜିର ନାରୀମାନେ ନିଜକୁ ଜଣେ ଆଦର୍ଶ ମାତା,ଆଦର୍ଶ ଭଗ୍ନୀ,ଆଦର୍ଶ ପତ୍ନୀ ରୂପରେ ଗଢିତୋଳିବା ଉଚିତ । ଯାହାଦିନେ ମାତା ଜୀଜାବାଈ ଓ ରାଣୀ ଲକ୍ଷ୍ମୀବାଈ ସାରା ବିଶ୍ଵକୁ ପ୍ରେରଣା ଦେଇଥିଲେ । ଆଜିର ଭାରତୀୟ ନାରୀ ସେହିପରି ଭାବରେ ନିଜକୁ ଗଢିତୋଳିବା ଆବଶ୍ୟକ । ସ୍ଵସଂରକ୍ଷଣ ନାରିସମାଜ ଗଠନ ତଥା ପରମ ବୈଭବଶାଳୀ ରାଷ୍ଟ୍ର ନିର୍ମାଣ ପାଇଁ ରାଷ୍ଟ୍ରସେବିକା ସମିତି,ଓଡିଶା ତରଫରୁ ସ୍ଥାନୀୟ ମଞ୍ଚେଶ୍ଵର ସ୍ଥିତ ଉତ୍କଳ ବିପନ୍ନ ସହାୟତା ସମିତି ଠାରେ ଗତ ମେ ୧୦ ତାରିଖ ଠାରୁ ଅନୁଷ୍ଠିତ ହୋଇଥିବା ୧୫ ଦିବସୀୟ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିରର ଆଜି ସମାରୋପ ହୋଇଛି । ଡ. ପ୍ରତିଭା ଦେବୀଙ୍କ ଅଧ୍ୟକ୍ଷାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାନ୍ତ କାର୍ଯ୍ୟବାହିକା ଆରତୀ ବୈଶାଖୀ,ବର୍ଗ ବ୍ୟବସ୍ଥା ପ୍ରମୁଖ ବୈଜୟନ୍ତୀ ରଣା ଉପସ୍ଥିତ ଥିଲେ । ଏହି ଅବସରରେ ରାଷ୍ଟ୍ରସେବିକା ସମିତି ତରଫରୁ ଏକ ବିଶାଳ ପଥ ସଂଚଳନ ୨୪ଦିନ ଖାରବେଳ ନଗରସ୍ଥିତ ଶ୍ରୀରାମ ମନ୍ଦିର ନିକଟରୁ ବାହାରି ଶ୍ରୀୟାଛକ,ଗିରିଦୁର୍ଗ ଛକ,ମାଷ୍ଟରକ୍ୟାଣ୍ଟିନ ରାଜମହଲ ୟୁନିଟ -୨ ଦେଇ ୟୁନିଟ ୩ ସ୍ଥିତା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ନିକଟରେ ପହଞ୍ଚିଥିଲେ । ଏହି ପଥ ସଞ୍ଚଳନରେ ଦୁଇଶହରୁ ଊର୍ଦ୍ଧ୍ଵ ସେବିକା ବୀରବେଶରେ ସଜ୍ଜିତ ହୋଇ ବିରବାଦ୍ୟ ବଜାଇ ସହର ପରିକ୍ରମା କରିଥିଲେ ।

Share in top social networks!