ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସମିତିର ଦ୍ଵାଦଶ ପରିଚାଳନା କମିଟି ବୈଠକ ; ଚଳିତ ୨୦୧୪-୧୫ ବର୍ଷରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରର ବିକାଶ ନିମନ୍ତେ ୧୭୦୬ କୋଟି ୭୫ ଲକ୍ଷ ଟଙ୍କାର ଯୋଜନା ଅନୁମୋଦିତ

odisha-map23ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଜାତୀୟ ସ୍ୱାସ୍ଥ୍ୟ ମିସନ ତରଫରୁ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ଠାରୁ ଆରମ୍ଭ କରି ଗୁଣାତ୍ମକ ଚିକିତ୍ସା ସୁବିଧା ,ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ଏବଂ ରୋଗ ନିରାକରଣ ଆଦି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଇବା ଏବଂ ବଳବତ୍ତର ରହିଥିବା କାର୍ଯ୍ୟକ୍ରମ ଗୁଡିକୁ ଆଗେଇ ନେବା ନିମନ୍ତେ ଚଳିତ ୨୦୧୪-୧୫ ବର୍ଷରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରର ବିକାଶ ନିମନ୍ତେ ୧୭୦୬ କୋଟି ୭୫ ଲକ୍ଷ ଟଙ୍କାର ଯୋଜନା ଅନୁମୋଦନ କରାଯାଇଛି । ମୁଖ୍ୟ ଶାସନ ସଚିବ ଶ୍ରୀ ଯୁଗଳ କିଶୋର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଏହି କାର୍ଯ୍ୟକ୍ରମ ଉପରେ ବିସ୍ତ୍ରୁତ ଆଲୋଚନା କରାଯାଇଥିଲା । ଗତ ଆର୍ଥିକ ବର୍ଷରେ ରାଜୟାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସଂସ୍କାର ଆଣିବା,କେନ୍ଦ୍ର ସରକାରଙ୍କ ଆର୍ଥିକ ବ୍ୟୟ ବିଭାଗ ଦ୍ଵାରା ନିର୍ଦ୍ଧାରିତ ସର୍ତ୍ତ ଅନୁଯାଇ ସମୟପୋଯୋଗୀ ଅର୍ଥ ବିନିଯୋଗ କ୍ଷେତ୍ରରେ ଓଡିଶାର ଜାତୀୟ ମିସନ ଦେଶର ଅନ୍ୟ ରାଜ୍ୟର ମିସନ ମାନଙ୍କ ତୁଳନାରେ ଆଗରେ ରହିଛି । ଏହି ଉତ୍ସାହ ଜନକ ସଫଳତା ନିମନ୍ତେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ରାଜ୍ୟ ସରକାରଙ୍କୁ ଶୁଭେଚ୍ଛା ଜଣାଇ ଚଳିତ ବର୍ଷ ଓଡିଶା ଏହି ସଫଳତା ହାରକୁ ଆଗକୁ ବଢାଇବ ବୋଲି ଆଶା ପ୍ରକାଶ କରି ମୁଖ୍ୟ ଶାସନ ସଚିବ ଶ୍ରୀ ଯୁଗଳ କିଶୋର ମହାପାତ୍ର ଙ୍କୁ ପତ୍ର ଲେଖିଛନ୍ତି । ପ୍ରାରମ୍ଭରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ପ୍ରସ୍ତୁତ ଏହି ପି.ଆଇ.ପି ଯୋଜନା ସମ୍ପର୍କରେ ସୂଚନା ଦେଇ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶତାବ୍ଦୀ ଉନ୍ନୟନ ଲକ୍ଷ୍ୟ ହାସଲ ଦିଗରେ ଗୁରୁତ୍ଵ ଆରୋପ କରାଯାଇଛି । ଜାତୀୟ ସ୍ୱାସ୍ଥ୍ୟ ମିସନ ନିର୍ଦ୍ଦେଶିକା ରୂପାମିଶ୍ର ପ୍ରସ୍ତୁତ କରାଯାଇଥିବା ପି.ଆଇ.ପି ର ମୁକ୍ଷାଂଶ ଏବଂ ନୂତନ କରି ଆରମ୍ଭ କରାଯିବାକୁ ଯାଉଥିବା କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ପରିବାର କଲ୍ୟାଣ ଓ ଶିଶୁ ପ୍ରଜନନ କାର୍ଯ୍ୟକ୍ରମ ପାଇଁ ୨୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଅଛି । ନୂତନ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଗୃହ ସହିତ ୧୦୦ ଏବଂ ୫୦ ଶଯ୍ୟା ଏମ୍.ସି.ଏଚ୍ ଶାଖା, ଏସ୍.ଏନ୍.ସି.ୟୁ ଆଦି ନିର୍ମାଣ ତଥା ସଂପ୍ରସାରଣ ଆଦି ବାବଦକୁ ୨୧୩କୋଟି୫୬ଲକ୍ଷ ଟଙ୍କା,ସମସ୍ତ ସରକାରୀ ଡାକ୍ତରଖାନା ମାନଙ୍କରେ ରୋଗୀମାନଙ୍କୁ ମାଗଣା ଔଷଧ ପ୍ରଦାନ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମାନଙ୍କରେ ଔଷଧ ଗୋଦାମ ଗୃହ ସଂପ୍ରସାରଣ,ଓଡିଶା ରାଜ୍ୟ ଔଷଧ ନିଗମକୁ ସ୍ଵୟଂକ୍ରିୟ କରାଯିବା,ଯୋଗାଣ ଚେନ୍ ପରିଚାଳନା ଆଦି ବାବଦକୁ ୫୫କୋଟି,ଚିକିତ୍ସାଳୟ ଠାରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ମାଗଣା ରୋଗ ନିରୂପଣ ସୁବିଧା ଉପଲବ୍ଧ କରାଯିବା ପାଇଁ ୨୭ କୋଟି,ରୋଗୀମାନଙ୍କ କଲ୍ୟାଣ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୋଗୀ କଲ୍ୟାଣ ସମିତିକୁ ୧୦ଲକ୍ଷ,ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ୫ ଲକ୍ଷ,ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର କୁ ୭୫ହଜାର ଏବଂ ଉପକେନ୍ଦ୍ର ମାନଙ୍କୁ ୨୦ ହଜାର ଟଙ୍କା ଲେଖା ଅନଟାଏଡ ଫଣ୍ଡ ବାବଦକୁ ୩୮ କୋଟି,ଡାକ୍ତରଖାନା ଗୁଡିକର ସଫେଇ,ବିଦ୍ୟୁତ ବିଲ ,ସୁରକ୍ଷା ବ୍ୟବସ୍ଥା, ଲଣ୍ଡରୀସେବା,ସହାୟକ କେନ୍ଦ୍ର ପରିଚାଳନା ପାଇଁ ୧୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସେହିପରି ଶିକ୍ଷା ,ସୂଚନା ଓ ଯୋଗାଯୋଗ ତଥା ନିୟମିତ ଗଣମାଧ୍ୟମ ପ୍ରଚାର ପ୍ରସାର ପାଇଁ ୨୩କୋଟି,ଆଇଟି ବ୍ୟବସ୍ଥାରେ ସୁଦୃଢୀକରଣ ପାଇଁ ୧୨ କୋଟି ଟଙ୍କା ବ୍ୟବସ୍ଥା ରହିଛି । ଆହୁରି ମଧ୍ୟ ଜିଲ୍ଲାମାନଙ୍କରେ ଆଶାମାନଙ୍କରମୁତୟନ,ଏ.ଏନ୍.ଏମ୍ ଏବଂ ଜିଏନଏମ ଶିକ୍ଷା ଆଦି ବାବଦରେ ୭୧ କୋଟି ଟଙ୍କା ଏବଂ ଗାଁ କଲ୍ୟାଣ ସମିତି ଆଦି ବାବଦକୁ ୪୯ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏତଦବ୍ୟତୀତ ଅଣସଙ୍କ୍ରାମକ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ,ମ୍ୟାଲେରିଆ,ଡେଙ୍ଗୁ ନିୟନ୍ତ୍ରଣ ଓ ନିରାକରଣ ଆଦି ଉପରେ ଗୁରୁତ୍ଵ ଆରୋପ କରାଯାଇ ଅର୍ଥ ବରାଦ କରାଯାଇଥିବା ଦର୍ଶାଯାଇଛି । ସାମଗ୍ରିକ ଭାବେ ରାଜ୍ୟ ସ୍ଵାସ୍ଥ୍ୟସେବାର ର ବିଭିନ୍ନ କ୍ଷେତ୍ରରେ ସମ୍ମନ୍ଵୟ ରକ୍ଷା କରାଯାଇ ବିକାଶକୁ ତ୍ୱରାନ୍ୱିତ କରିବା ଏବଂ କାର୍ଯ୍ୟକାରୀ କରାଯାଉଥିବା ଯୋଜନା ଓ କାର୍ଯ୍ୟକ୍ରମ ଗୁଡିକର ସଫଳତା ଦିଗ ପ୍ରତି ବିଶେଷ ଦ୍ରୁଷ୍ଟି ଦିଆଯାଇ ଥିବା ପ୍ରକାଶ ।

Share in top social networks!