ରାଷ୍ଟ୍ରସେବିକା ସମିତି,ଓଡିଶା ତରଫରୁ ବିଶାଳ ପଥ ସଞ୍ଚଳନ

Odishan-MAP-13ରାଷ୍ଟ୍ରସେବିକା ସମିତି,ଓଡିଶା ତରଫରୁ ବିଶାଳ ପଥ ସଞ୍ଚଳନ ଆଜି ଖାରବେଳ ନଗରସ୍ଥିତ ଶ୍ରୀରାମ ମନ୍ଦିର ନିକଟରୁ ବାହାରି ଶ୍ରୀୟାଛକ ,ଗିରିଦୁର୍ଗାଛକ ,ମାଷ୍ଟରକ୍ୟାଣ୍ଟିନ,ରାଜମହଲ,ୟୁନିଟ୍-୨ ଦେଇ ୟୁନିଟ୍-୩ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ନିକଟରେ ପହଞ୍ଚିଥିଲା । ପଥ ମାଧ୍ୟମରେ ମାଆ ମାଉସୀମାନେ ଏହି ସଞ୍ଚଳନରେ ୨୦୦ରୁ ଉର୍ଦ୍ଧ୍ଵ ସେବିକା ବୀରବେଶରେ ସଜ୍ଜିତ ହୋଇ ବୀର ବାଦ୍ୟ ବଜାଇ ସହର ପରିକ୍ରମା କରିଥିଲେ ବୋଲି ସମିତିର ମିଡିଆ ସଂଯୋଜକ ଶ୍ରୀ ଗୋଲଖ ଚନ୍ଦ୍ର ଦାସ ଜନାଇଛନତି । ସୂଚନାଯୋଗ୍ୟ ଯେ, ମହିଳାମାନଙ୍କୁ ଶାରୀରିକ,ମାନସିକ ତଥା ଆଧ୍ୟାତ୍ମିକ ଦୃଷ୍ଟିରୁ ସମର୍ଥ କରବା ସ୍ଵସଂରକ୍ଷଣ ନାରୀସମାଜ ଗଠନ କରିବା ହିଁ ରାଷ୍ଟ୍ର ସେବିକାର ମୂଳଲକ୍ଷ୍ୟ । ସ୍ତ୍ରୀ ହିଁ ରାଷ୍ଟ୍ରର ଆଧାର ଶକ୍ତି । ବଳବାନ ସଂସ୍କାରୀତ ନାରୀହିଁ ସନାଜକୁ ଉଚ୍ଚତମ ମାର୍ଗରେ ପରିଚାଳିତ କରି ଭାରତ ତଥା ସମଗ୍ର ବିଶ୍ଵକୁ ସମୃଦ୍ଧ ଏବଂ ସମନ୍ଵିତ କରିବାରେ ସାହାଯ୍ୟ କରିବ । ଏଥିପାଇଁ ପ୍ରତିବର୍ଷ ରାଷ୍ଟ୍ର ସେବିକା ସମିତି ତରଫରୁ ଗ୍ରୀଷ୍ମ କାଳୀନ ଶିକ୍ଷା ବର୍ଗ ଭାରତ ବର୍ଷର ପ୍ରତ୍ୟେକ ପ୍ରାନ୍ତରେ ଅନୁଷ୍ଠିତ ହୁଏ । ନାରିସମାଜ ଗଠନ ତଥା ବୈଭବ ଶାଳି ରାଷ୍ଟ୍ର ନିର୍ମାଣ ପାଇଁ ରାଷ୍ଟ୍ରସେବିକା ସମିତି,ଓଡିଶା ତରଫରୁ ଏକ ରାଜ୍ୟସ୍ତରୀୟ ଶିବିର ମଞ୍ଚେଶ୍ଵର ସ୍ଥିତ ଉତ୍କଳ ବିପନ୍ନ ସହାୟତା ସମିତି ଠାରେ ଗତ ମେ ୧୦ ତାରିଖ ଠାରୁ ଅନୁଷ୍ଠିତ ହେଉଛି । ଆସନ୍ତା କାଲି୨୫ ଅରକ୍ଷର ତାର ସମାରୋପ ଉତ୍ସବ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ,ବାୟାମ,ଯୋଗାଚାପ,ଦଣ୍ଡ,ନିୟୁଦ୍ଧ,ପୁଣ୍ୟଭୂମି ଦର୍ଶନ,ଭାରତକୁ ଚିହ୍ନିବା କାର୍ଯ୍ୟକ୍ରମ,ରାଷ୍ଟ୍ରନିର୍ମାଣର ଆଧାର,ଚର୍ଚ୍ଚା,ଦେଶାତ୍ମୋବୋଧକ ଗୀତା,ଶ୍ଳୋକ ଆଦି ମାଆ ଓ ଭଉଣୀମାନଙ୍କର ଶାରୀରିକ ,ମାନସିକ ଓ ବୌଦ୍ଧିକର ବିକାଶ ପାଇଁ ତାଲିମ ପ୍ରଦାନ କରାଯାଉଛି ।

Share in top social networks!