ମହିଳାମାନଙ୍କ ପାଇଁ ଗ୍ରୀଷ୍ମକାଳୀନ ଯୋଗ ଶିବିର

47765ଏକ ସୁସ୍ଥ ଏବଂ ଗୁଣବାନ ଶିଶୁ ଜନ୍ମକରିବା ସବୁ ମା ମାନଙ୍କ ଭାଗ୍ୟରେ ନ ଥାଏ । ତେବେ ଏହି ଲକ୍ଷ୍ୟ ହାସଲ ନିମନ୍ତେ ସ୍ଥାନୀୟ ସତ୍ୟାନନ୍ଦ ଯୋଗ ବିଦ୍ୟାଳୟ ପକ୍ଷରୁ ଏକ ଯୋଗ ଶିବିର କରାଯାଉଛି । କେବଳ ମହିଳାମାନଙ୍କ ପାଇଁ ବିଦ୍ୟାଳୟ ପକ୍ଷରୁ ଏକ ସ୍ଵତନ୍ତ୍ର ଗ୍ରୀଷ୍ମକାଳୀନ ଯୋଗ ଶିବିର ଆୟୋଜନ କରାଯାଉଛି । ଆସନ୍ତା ଜୁନ ପହିଲାରୁ ୧୨ ତାରିଖ ପର୍ଯ୍ୟନ୍ତ ସକାଳ ୯ ଟା ଠାରୁ ସାଢେ ୧୦ ଘଟିକା ପର୍ଯ୍ୟନ୍ତ ମହିଳାମାନଙ୍କୁ ଯୋଗ ପ୍ରଶିକ୍ଷଣ କରାଯିବ । ବିନା ଯନ୍ତ୍ରଣାରେ କିଭଳି ପ୍ରସାବ ସ୍ଵାଭାବିକ ଭାବେ ଉତ୍ତମ ଓ ସୁସ୍ଥ ଶିଶୁ ଜନ୍ମ କରାଯାଇପାରିବ ସେ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ । ଗର୍ଭ ଧାରଣ ବେଳେ ଓ ଶିଶୁ ଜନ୍ମକଲା ପରେ ମହିଳାମାନେ କିଭଳି ସେମାନଙ୍କର ସ୍ଵାସ୍ଥ୍ୟର ଯତ୍ନ ନେଇପାରିବେ ସେଥିପାଇଁ ଯୋଗ ପ୍ରଶିକ୍ଷଣ ଦିଆଯିବ । ଏଥି ସହିତ ମହିଳାମାନେ ଭୋଗୁଥିବା ଅସୁବିଧା ମୁଣ୍ଡବ୍ୟଥା, ଆଣ୍ଠୁ ଗଣ୍ଠି ଯନ୍ତ୍ରଣା,ଅଣ୍ଟାବ୍ୟଥା,ଉଚ୍ଚରକ୍ତଚାପ ,ମଧୁମେହ ଏବଂ ଆଜମା ବା ଶ୍ଵାସର ନିରାକରଣ ନିମନ୍ତେ ଉପଯୋଗ ହେଉଥିବା ଯୋଗାଡ଼ ପ୍ରଶିକ୍ଷଣ ଦିଆଯିବ ।

Share in top social networks!