ରୋହିତ ପୂଜାରୀ ସରକାରୀ ଉପମୁଖ୍ୟ ସଚେତକ

downloadଭୋଗରାଇ ବିଧାୟକ ଅନନ୍ତ ଦାସଙ୍କୁ ସରକାରୀ ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦିଆଯାଇଛି । ଆଜି ଏ ସମ୍ପର୍କରେ ବିଧିବଦ୍ଧ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି । ତାଙ୍କ ସହକାରୀ ଭାବେ କାର୍ଯ୍ୟ କରିବାକୁ ରେଢାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ସରକାରୀ ଉପ ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦିଆଯିବ । ୩ ଥର ର ବିଧାୟକ ଅନନ୍ତ ଉପକୂଳ ଓଡିଶାର ଜଣେ ଟାଣୁଆ ନେତା ଭାବେ ଜଣାଶୁଣା । ଦଳ ପ୍ରତି ଆନୁଗତ୍ୟ ପାଇଁ ତାଙ୍କୁ ମୁଖ୍ୟ ସଚେତକ ପଦବୀ ଜରିଆରେ ପୁରସ୍କୃତ କରାଯାଇଥିବା କୁଆହାଜୁଛି । ଅପରପକ୍ଷରେ ପ୍ରଥମ ଥର ପାଇଁ ଏଥର ବିଧାନସଭାକୁ ଆସିଥିବା ରୋହିତଙ୍କର ପଶ୍ଚିମ ଓଡିଶା ବିଜେଡ଼ି ସଂଗଠନ କୁ ଦୃଢ କରିବାରେ ମହତପୂର୍ଣ୍ଣ ଭୂମିକା ରହିଛି । ସେଥିପାଇଁ ଦଳର ହାଇକମାଣ୍ଡ ତାଙ୍କୁ ଉପମୁଖ୍ୟ ସଚେତକ ଭଳି ପ୍ରାଇଜ୍ ପଦବୀ ଦେଇଥିବା କୁହାଯାଉଛି ।

Share in top social networks!