ଜୁନ ୧୭ରୁ ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା

Odishan-MAP-4
ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା -୨୦୧୪ ଆସନ୍ତା ଜୁନ ୧୭ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହା ୨୩ ତାରିଖ ଯାଏ ରାଜ୍ୟର ବିଭିନ୍ନ କେନ୍ଦ୍ରରେ ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷାର ସବିଶେଷ କାର୍ଯ୍ୟସୂଚୀ ସଂପର୍କରେ ଖୁବଶୀଘ୍ର ଜଣାଇ ଦିଆଯିବ ବୋଲି ବୋର୍ଡର ସଭାପତି ଡକ୍ଟର ଦକ୍ଷପ୍ରସାଦ ନନ୍ଦ ସୂଚନା ଦେଇଛନ୍ତି । ଡକ୍ଟର ନନ୍ଦ ଦେଇଥିବା ସୂଚନା ଅନୁସାରେ ସପ୍ଲିମେଣ୍ଟାରି ପରୀକ୍ଷା ପାଇଁ ମେ’୨୬ଓ ୨୭ ତାରିଖ ଦୁଇଦିନ ଫର୍ମପୁରଣ ପାଇଁ ବ୍ୟବସ୍ତା କରାଯାଇଛି । କିନ୍ତୁ ବୋର୍ଡ ପକ୍ଷରୁ ନିଆଯାଇଥିବା ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଅନୁଯାୟୀ ପୁରୁଣା ଢଙ୍ଗରେ ଆଉ ଫର୍ମ ପୂରଣ ହେବ ନାହିଁ । ବୋର୍ଡର ପ୍ରତ୍ୟେକ ଜୋନରେ ସପ୍ଲିମେଣ୍ଟାରି ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ଙ୍କ ଡେସ୍କ୍ରିପଟିଭ ରୋଲ ସିଟ ପ୍ରସ୍ତୁତ ହୋଇ ରହିଛି । ସେଥିରେ ଛାତ୍ରଛାତ୍ରୀଙ୍କ ସମସ୍ତ ସୂଚନା ଆଗରୁ ରହିଛି । ପରୀକ୍ଷା ଦେବାକୁ ଇଚ୍ଛୁକ ପରୀକ୍ଷାର୍ଥୀ ମାନେ କେବଳ ସେହି ସିଟରେ ଦସ୍ତଖତ କରିବେ ଏବଂ ସ୍କୁଲରେ ନିର୍ଧାରିତ ଦେୟ ଦେଇ ଦାଖଲ କରିବେ ।

Share in top social networks!