ଶପଥ ଗ୍ରହଣ ପୂର୍ବରୁ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

MAP-9
ଆଜି ଚତୁର୍ଥ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ନବୀନ ପଟ୍ଟନାୟକ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ । ସେ ସକାଳେ ଏକ ହେଲିକପ୍ଟରରେ ଆସି ଜିଲ୍ଲା ସ୍କୁଲ ପଡିଆରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଓଲାହି କାର ଯୋଗେ ଶ୍ରୀମନ୍ଦିର ଯାଇଥିଲେ । ପୂର୍ବାହ୍ନ ୭ଟା ୫୫ମିନିଟରୁ ୮ଟା ୧୫ମିନିଟ ଯାଏ ଶ୍ରୀ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା କରିବା ସହ ଶ୍ରୀଜୀଉଙ୍କୁ ଦର୍ଶାଅ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କାଶୀ ବିଶ୍ଵନାଥ ମନ୍ଦିର ଏବନ ମୁକ୍ତିମଣ୍ଡପ ଦର୍ଶନ କରିଥିଲେ । ଦର୍ଶନ ପରେ ସିଂହଦ୍ଵାର ଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ ଦର୍ଶନ ବେଳେ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଏଥିସହ ରାଜ୍ୟ ବାସୀଙ୍କ ମଙ୍ଗଳ ପାଇଁ ପ୍ରଭୁଙ୍କ ଆଶିଷ ମାଗିଛନ୍ତି । ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢୀ,ପୁରୀ ଜିଲ୍ଲାପାଳ,ଏସପି ଓ ଅନ୍ୟ ପଦାଧିକାରୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ କରିଥିଲେ ।

Share in top social networks!
Powered By Indic IME