ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵାଧୀନ ନୂଆ ସରକାର ରାଜ୍ୟବାସୀଙ୍କ ଆଶା ଆକାଂକ୍ଷା ପରିପୁରଣରେସମର୍ଥ ହେବ : ବିଜୁ ଜନତାଦଳ

50109ବିଜୁ ଜନତା ଦଳର ରାଜ୍ୟ ସଭାପତି ମାନ୍ୟବର ଶ୍ରୀ ନବୀନ ପଟ୍ଟନାୟକ ଆଜି ଚତୁର୍ଥ ଥର ପାଇଁ ରାଜଭବନ ରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରି ଏକ ନୂତନ ଇତିହାସ ସୃଷ୍ଟି କରିବା ସହ ରାଜ୍ୟ ବାସୀଙ୍କ ସର୍ବଶ୍ରେଷ୍ଠ ବିଶ୍ଵାସଭାଜନ ହୋଇପାରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମଣ୍ଡଳର ୨୧ ଜଣ ସଦସ୍ୟ ଶପଥ ଗ୍ରହଣ କରିଛନ୍ତି । ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ବ୍ରହ୍ମଗିରିର ମାନ୍ୟବର ବିଧାୟକ ଶ୍ରୀ ସଞ୍ଜୟ ଦାସବର୍ମା ଙ୍କୁ ନୂତନ ଭାବେ ମନ୍ତ୍ରୀ ମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ଖାଉଟି ଯୋଗାଣ ଓ ସାଧାରଣ ବଣ୍ଟନ ବିଭାଗ ଏବଂ ବୈଷୟିକ ଶିକ୍ଷା ଓ ତାଲିମ ବିଭାଗ ସ୍ଥାନ ଦେଇଥିବାରୁ ଦଳ ପକ୍ଷରୁ ରାଜ୍ୟ ସାଧାରଣ ସମ୍ପାଦକ ତଥା ମୁଖ ପାତ୍ର ତଥା ମୁଖପାତ୍ର ଶ୍ରୀ ବିଜଯ କୁମାର ନାୟକ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ସଞ୍ଜୟ ଦାସବର୍ମାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ନାୟକ କହିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳ ଗଠନରେ ଯୁବ ନେତୃତ୍ଵ କୁ ଗୁରୁତ୍ଵ ଦେଇଛନ୍ତି । ଚଳିତ ମନ୍ତ୍ରୀମଣ୍ଡଳ ସବୁ ଦୃଷ୍ଟିକୋଣରୁ ସନ୍ତୁଳିତ ଏବଂ ଓଡିଶା ଜନସାଧାରଣଙ୍କର ଆଶା ଆକାଂକ୍ଷା ପରିପୂରଣରେ ଏହା ସମର୍ଥ ହେବ ବୋଲି ଶ୍ରୀ ନାୟକ ଆଶାବ୍ୟକ୍ତ କରିଛନ୍ତି । ଏଥିସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ପାଇଁ ଦଳ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିବା ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।

Share in top social networks!