ଓଡିଶା ଜନସେବା ଅଧିକାର ଆଇନ ଜାନୁଆରୀ ରୁ କାର୍ଯ୍ୟକାରୀ କରାଯିବ

ଓଡିଶା ଜନସେବା ଅଧିକାର ଆଇନର କାର୍ଯ୍ୟକାରିତା ସମ୍ପର୍କ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟ ଠାରେ ଅନୁଷ୍ଠିତ ଏକ ଉଚସ୍ତରୀୟ ବୈଠକରେ ସମୀକ୍ଷା କରିଥିଲେ | ଓଡିଶା ଜନସେବା ଅଧିକାର ଆଇନ ୨୦୧୩ ଜାନୁଆରୀ ସାରା ରାଜ୍ୟରେ କାର୍ଯ୍ୟକାରୀ କରାଯିବ | ସେହି ବିଭାଗ ଗୁଡିକ ହେଲା ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ବାଣିଜ୍ୟ ଓ ପରିବହନ,ସ୍ଵାସ୍ଥ ଓ ପରିବାର କଲ୍ୟାଣ ବିଭାଗର ତିନି ଗୋଟି ,ସ୍ୱରାଷ୍ଟ୍ର ବିଭାଗର ଦୁଇ ଗୋଟି ,ଅର୍ଥ ବିଭାଗର ଦୁଇଗୋଟି ,ଗ୍ରାମ୍ୟ ଉନ୍ନୟନ ବିଭାଗର ଗୋଟିଏ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ଗୋଟିଏ ସେବାକୁ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ରେ ସାମିଲ କରାଯାଇଛି |ପରବର୍ତୀ ପର୍ଯ୍ୟାୟରେ ଅଧିକ ବିଭାଗ ଏବଂ ଅଧିକ ସେବାକୁ ଏଥିରେ ସାମିଲ କରାଯିବ |

ଏହି ନୂଆ ଆଇନ ଦ୍ଵାରା ବିଭିନ୍ନ ସେବା ପାଇଁ ଜନସାଧାରଣ ଙ୍କୁ ଆଉ ସରକାରୀ ଅଫିସ୍ କୁ ବାରମ୍ବାର ଯିବା ଦରକାର ହେବନାହିଁ | ଏହି ଆଇନ ଅନୁଯାୟୀ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ସରକାରୀ କର୍ମଚାରୀ ମାନେ ସେବା ଯୋଗାଇଦେବା ପାଇଁ ଏଥିରେ ବ୍ୟବସ୍ଥା ରହିଛି | ଏଥିରେ ଖିଲାପ କଲେ ସମ୍ପୃକ୍ତ ଅଧିକାରୀଙ୍କୁ ଜରିମାନା ଦେବାକୁ ହେବ |

ଏହି ଆଇନ ସମ୍ପର୍କରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବା ସହିତ ସମ୍ପୃକ୍ତ କାର୍ଜ୍ୟାଳୟ ଗୁଡିକରେ ଏ ସଙ୍କ୍ରାନ୍ତୀୟ ନୋଟିସ ବୋର୍ଡ ସ୍ପଷ୍ଟ ଭାବରେ ଲଗାଇବା ଏବଂ କର୍ମଚାରୀ ମାନଙ୍କ ତାରିଖ ବ୍ୟବସ୍ଥା କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ଵ ଆରୋପ କରିଥିଲେ |

22 PUBLIC SERVICE ACT.ASHOKଏହି ବୈଠକ ରେ ମୁଖ୍ୟ ଶାସନ ସଚିବ , ଉନ୍ନୟନ କମିଶନର ଏବଂ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ଶାସନ ସଦସ୍ୟ ମାନେ ଉପସ୍ଥିତ ଥିଲେ |

Share in top social networks!