ଚିନାବାଦାମ ଚାଷର ଆକଳନ ପାଇଁ “ଆତ୍ମଶକ୍ତି ଟ୍ରଷ୍ଟ” ଓ ଲୋକ ସଂଗଠକମାନଙ୍କର ସମୂହ “ଓଡିଶା ଶ୍ରମଜୀବୀ ମଞ୍ଚ” ମଣ୍ଡଳୀଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ

MAP-9ଗତ ଅକ୍ଟୋବର ୧୨,୨୦୧୩ ତାରିଖରେ ସାମୁଦ୍ରିକ ଝଡ ଫାଇଲିନ୍ ଓଡିଶାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ଉପକୂଳ ଛୁଇଁଥିଲା । ଏହି ପ୍ରଳୟଙ୍କରୀ ସାମୁଦ୍ରିକ ଝଡର ପ୍ରଭାବରେ ଘଣ୍ଟାପ୍ରତି ୨୨୦କିମି ପବନ ବହିବା ସାଙ୍ଗକୁ ପ୍ରବଳ ବର୍ଷା ସମଗ୍ର ଓଡ଼ିଶାକୁ ଧ୍ଵଂସ ଲୀଳା ସଂଘଟିତ କରି ଚାଲିଲା । ଏହାର ପ୍ରଭାବରେ ଅଧିକ ବର୍ଷା ଯୋଗୁଁ ଅକ୍ଟୋବର ୧୭ ଓ ୨୧ ତାରିଖରେ ପ୍ରବଳ ବନ୍ୟା ଆସିଲା । ରାଜ୍ୟର ବିଭିନ୍ନ ନଦୀଗୁଡିକରେ ପ୍ରବଳ ବନ୍ୟା ଆସି ହଜାର ହଜାର ଗାଁର ବାସଗୃହ ଓ ଚାଷ ଜମିଗୁଡିକୁ ସଂପୂର୍ଣ୍ଣ ଜଳମଗ୍ନ କରିଦେଲା । ତ ସାଙ୍ଗକୁ ବିଦ୍ୟୁତ ,ଗମନାଗମନ ,ସ୍କୁଲ ଆଦି ଭିତ୍ତି ଭୂମି ନଷ୍ଟ କରିଦେଲା । ତେବେ ଭାରତୀୟ ପାଣିପାଗ ବିଭାଗର ଆଗୁଆ ସତର୍କ ସୂଚନା ଯୋଗୁଁ ଅନେକ ଜୀବନ ହାନୀକୁ ରୋକାଯାଇ ପାରିଥିଲା । କିନ୍ତୁ ବନ୍ୟା ପରବର୍ତ୍ତୀ ରିଲିଫ୍ ଓ ଥଇଥାନ ବ୍ୟବସ୍ଥାରେ ବହୁତ ଅନିୟମିତତା ଦେଖାଦେଇଥିଲା । କ୍ଷତିଗ୍ରସ୍ତ ଚାଷୀଙ୍କର ଚାହିଦାକୁ ପୂରଣ କରିବାରେ ସରକାର ସଂପୂର୍ଣ୍ଣ ବିଫଳ ହେଲେ । କ୍ଷତିଗ୍ରସ୍ତଙ୍କୁ କେବଳ ଚାଉଳ ୫୦କେଜି ଓ ୫୦୦ ଟଙ୍କାର ରିଲିଫ ଧରାଇଦେଇ ଚୁପ ହୋଇ ବସିପଡିଲେ,କିନତି କ୍ଷତି ହୋଇଥିବା ଚାଷଜମି ପୁନରୁଦ୍ଧାର କରିବାପାଇଁ କୌଣସି ପଦକ୍ଷେପ ନେଲେ ନାହିଁ । ଗତ ୧୯୯୯ ମହାବାତ୍ୟା ଓ ବିହାର କୋଷିନଦୀ ବନ୍ୟା ସମୟରେ ଥଇଥାନର ଅନୁଭୂତିକୁ ପାଥେୟକରି “ଆତ୍ମଶକ୍ତି ଟ୍ରଷ୍ଟ” ଓ ଲୋକ ସଂଗଠକମାନଙ୍କର ସମୂହ “ଓଡିଶା ଶ୍ରମଜୀବୀ ମଞ୍ଚ” ର ସହାୟତାରେ କ୍ଷତିଗ୍ରସ୍ତ ଚାଷିମାନଙ୍କୁ ଥଇଥାନ କରିବା ପାଇଁ ଆଗେଇ ଆସିଲା ଏବଂ ଗଞ୍ଜାମ ଜିଲ୍ଲାର ହିଂଜିଳି,ଶେରଗଡ,ପୁରୁଷୋତ୍ତମପୁର,ଆସିକା,କବିସୂର୍ଯ୍ୟନଗର,ଛତ୍ରପୁର,ଗଞ୍ଜାମ,ବେଗୁନିଆପଡା,ସାନଖେମୁଣ୍ଡି ,ଦିଗପହଣ୍ଡି ବ୍ଲକର ୫୨ଗୋଟି ଗ୍ରାମର ୨୮୦୦ ପରିବାରଙ୍କୁ ବିଭିନ୍ନ ଶାଗ ଓ ପନିପରିବା ବିହନ,ମୁଗବିହନ ୧୨୫୯ ପରିବାରଙ୍କୁ ୮୨.୨୭ କ୍ଵିଣ୍ଟାଲ ,ଚିନାବାଦାମ ବିହନ ୧୫୪୬ ପରିବାରଙ୍କୁ ଯୋଗାଇଦେଇଥିଲା । “ଆତ୍ମଶକ୍ତି ଟ୍ରଷ୍ଟ” ଓ ଲୋକ ସଂଗଠକମାନଙ୍କର ସମୂହ “ଓଡିଶା ଶ୍ରମଜୀବୀ ମଞ୍ଚ” ର ମିଳିତ ଉଦ୍ୟମରେ ଗଠିତ ଜରୁରୀକାଳିନ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିରୁ ଏହି ସହାୟତା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯୋଗାଇ ଦିଆଯାଇଥାଏ,ଯାହାକି କ୍ଷତିଗ୍ରସ୍ତ ମାନଙ୍କୁ ଅଣ୍ଟା ସଳଖିବାରେ ସାହାଯ୍ୟ କରିଥାଏ । ଭୁବନେଶ୍ଵର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଫାଇଲିନ୍ ପ୍ରପୀଡିତ ଅଞ୍ଚଳରେ ଭାଙ୍ଗି ଯାଇଥିବା ଘର ଓ ଜମି ସଫା କରିବା କମ ମାନରେଗା ଯୋଜନାରେ କରିବା ପାଇଁ “ଓଡିଶା ଶ୍ରମଜୀବୀ ମଞ୍ଚ” ରାଜ୍ୟ ସରକାରଙ୍କ ଠାରେ ଦାବି କରିଥିଲା । ଆକଳନ ଅନୁସାରେ ପ୍ରତ୍ୟେକ ପରିବାର ବ୍ୟବହାର କରିଥିବା ଚିନାବାଦାମ ବିହନ ର ୧୦ ଗୁଣରୁ ଅଧିକ ଫସଲ ଆଦାୟ କରୁଛନ୍ତି । ଯଦିଓ ଏ ବର୍ଷ ଚିନାବାଦାମ ଫସଲ ପ୍ରଚୁର ପରିମାଣରେ ଆଦାଯ ହେଉଅଛି କିନ୍ତୁ ଆମ ସରକାରଙ୍କ ବ୍ୟବସ୍ଥାରେ ଚାଷୀଙ୍କଠାରୁ ଚିନାବାଦାମ କିଣିବାରେ କୌଣସି ପ୍ରକାର ଆୟୋଜନ କରାଯାଇନାହିଁ । ଫଳରେ ସରକାରଙ୍କ ଦର କେଜି ପ୍ରତି ୪୦ ଟଙ୍କା ଦର ଥିବାବେଳେ ଚାଷୀ ଘୋର ଅଭାବ ବିକ୍ରିର ସମ୍ମୁଖୀନ ହୋଇଛି । ଗୋଟିଏ ପଟେ ଫାଇଲିନ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିବାବେଳେ ଚାଷୀବାପୁଡା ନିଜ ଚେଷ୍ଟାରେ ଅଣ୍ଟା ସଳଖି ଠିଆ ହେବା ପନିପରିବା ଠୁଁ ଆରମ୍ଭ କରି ମୁଗ,ଚିନାବାଦାମ ବିକିଲାବେଳକୁ ଅଭାବ ବିକ୍ରି ପୁଣି ତାକୁ ପଛକୁ ଠେଲି ଦେଉଛି । ଅଭାବି ବିକ୍ରି ସମ୍ବନ୍ଧରେ ଏଗ୍ରୋ ଶିଡିସ୍ ସହ ଯୋଗାଯୋଗ କରିବାପରେ ଜଣାପଡିଲା ଯେ, ସରକାର ବିହନ ଉଦ୍ଦେଶ୍ୟରେ ଚିନାବାଦାମ କେଜି ପ୍ରତି ୬୦ ଟଙ୍କା ଦରରେ କିଣିପାରିବେ,କିନ୍ତୁ ଚାଷୀଙ୍କୁ ପ୍ରଥମରୁ ତାଙ୍କ ନିକଟରେ ଫଜୀକୃତ ହୋଇଥିବା ଦରକାର । କିନ୍ତୁ MARKFEED ଯିଏକି ସରକାର ଙ୍କ ଦ୍ଵାରା ନିଯୁକ୍ତ ଏଜେଣ୍ଟ ଙ୍କ ଅନୁସାରେ ଚଳିତ ବର୍ଷ ଓଡିଶାରେ କେବଳ ୭ ଟି ଜିଲ୍ଲାରୁ ଚିନାବାଦାମ କ୍ରୟ କରିବାର ବ୍ୟବସ୍ଥା ଅଛି,ସେଥିରେ ଗଞ୍ଜାମ ଜିଲ୍ଲାର ନାମ ନାହିଁ । ଏଥିରୁ ଜଣା ପଡିଲା ହଞ୍ଜାମ ଜିଲାର ଚାଷୀଙ୍କ ପାଇଁ ଚିନ୍ତା କରିବାର ବେଳ ଆମ ରାଜ୍ୟ ସରକାରଙ୍କ ପାଖରେ ନାହିଁ । ବିଗତ ୨ ସପ୍ତାହ ଧରି ରାଜ୍ୟ ସରକାରଙ୍କ କୃଷି ନିର୍ଦ୍ଦେଶାଳୟ ,(NAFED,BBSR) ,ମାର୍କଫେଡ (MARKFED,BBSR) ଙ୍କ ସହ ଯୋଗାଯୋଗ କରିବା ପରେ ଆସନ୍ତା ସୋମବାର ଦିନ ୨ଜଣିଆ ପ୍ରତିନିଧି ମଣ୍ଡଳୀ ଗଞ୍ଜାମ ଆସୁଛନ୍ତି ଚିନାବାଦାମ ଚାଷର ଆକଳନ କରିବା ପାଇଁ । “ଆତ୍ମଶକ୍ତି ଟ୍ରଷ୍ଟ” ଓ ଲୋକ ସଂଗଠକମାନଙ୍କର ସମୂହ “ଓଡିଶା ଶ୍ରମଜୀବୀ ମଞ୍ଚ” ଦେଇଥିବା ୫୦୦ କ୍ଵିଣ୍ଟାଲ ବିହନର ଆଦାୟ କୁ ଯଦି ହିସାବ କରିବା ତେବେ ତାହା ୫୦୦୦ରୁ୬୦୦୦ କ୍ଵିଣ୍ଟାଲ ରୁ କମ୍ ହେବ ନାହିଁ । ଯଦି ସରକାର ଏ ଦିଗରେ ଉଚିତ୍ ପଦକ୍ଷେପ ନ ନିଅନ୍ତି ତେବେ ଫାଇଲିନ୍ ରେ ଭାଙ୍ଗି ଯାଇଥିବା ଚାଷୀ ଉପଯୁକ୍ତ ପ୍ରାପ୍ୟ ପାନ୍ତେ ଯାହାର ମୂଲ୍ୟ ପ୍ରାୟ ୭୦ ଲକ୍ଷ ଟଙ୍କାରୁ କମ୍ ହେବ ନାହିଁ ବୋଲି “ଆତ୍ମଶକ୍ତି ଟ୍ରଷ୍ଟ” ଓ ଲୋକ ସଂଗଠକମାନଙ୍କର ସମୂହ “ଓଡିଶା ଶ୍ରମଜୀବୀ ମଞ୍ଚ” ଗଞ୍ଜାମ ଜାଗରଣ ମଞ୍ଚର କର୍ମକର୍ତ୍ତା ମାନେ ଆଶା ପ୍ରକାଶ କରିଛନ୍ତି ।

Share in top social networks!