ଓଡିଶା ରାଜ୍ୟ ରେଡକ୍ରସ ସହାୟତାରେ ନିଖୋଜ ଥିବା ଶ୍ରୀମତୀ ସାମ୍ବରୀ ସିଂ ଆଞ୍ଚଳିକ ମାନସିକ ଚିକିତ୍ସାଳୟରୁ ନିଜ ପରିବାରକୁ ଫେରିଲେ

IMG_0105
୨୦୧୦ମସିହା ଜୁନ ମାସରେ ୨୯ବର୍ଷୀୟ ଆଦିବାସୀ ମହିଳା ସାମ୍ବରୀ ସିଂ ତାଙ୍କ ସ୍ଵାମୀଙ୍କ ଦ୍ଵାରା ନିର୍ଯ୍ୟାତିତ ଓ ବିତାଡିତ ହୋଇ ପହଞ୍ଚିଥିଲେ ନିଜ ବାପ ଘରେ । ବାପଘର ଲୋକେ ସାମ୍ବାରୀଙ୍କ ଶଶୁରଘର ସହ ବୁଝାମଣା ପରେ ଫେରିଥିଲେ ଶଶୁରଘର ସାମ୍ବରୀ । ପୁଣିଥରେ ସାମ୍ବରୀ ତାଙ୍କ ସ୍ଵାମୀଙ୍କ ଦ୍ଵାରା କଷ୍ଟ ପାଇଲେ ବା ବିତାଡିତ ହୋଇ ୧.୫ ବର୍ଷର ପୁତ୍ରକୁ ନେଇ ନିଜ ବାପା ଧୁଣ୍ଡା ସିଂଙ୍କ ପାଖକୁ ମୟୂରଭଞ୍ଜକୁ ପୁଣିଥରେ ଫେରିଯାଇଥିଲେ । ମାନସିକ ଅସାନ୍ତି ତଥା ଭାରସାମ୍ୟ ହରାଇ ଦେଢ ବର୍ଷର ଦ୍ଵିତୀୟ ଶିଶୁ ପୁତ୍ରକୁ ଧରି ନିଖୋଜ ହୋଇଗଲେ ଜୁନ ମାସ ୨୦୧୦ ମସିହାରେ ସେହିବର୍ଷ ଅକ୍ଟୋବର ମାସରେ ପୁଣେ ରେଳଷ୍ଟେସନ ନିକଟରେ କିଛି ଲୋକ ପାଗଳି ଭାବି ଥଟ୍ଟା ତମସା ତଥା ଗୋଡି ପକାଉଥିବା ସମୟରେ ସ୍ଥାନୀୟ ପୋଲିସ ସାମ୍ବାରୀଙ୍କୁ ତା ମାନସିକ ସ୍ଥିତି ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ମାନସିକ ଚିକିତ୍ସାଳୟ ପୁଣେରେ । ସେହିଦିନଠାରୁ ସେ ମାନସିକ ଚିକିତ୍ସାଳୟରେ ରହି ଆସୁଛନ୍ତି । ଘରଲୋକ ସାମ୍ବରୀଙ୍କ ନିଖୋଜ ଖବର ପାଇ ଖୋଜିଲା ପରେ ପୋଲିସରେ ଖବର ନଦେଇ ନିରବରେ ରହିଯାଇଥିଲେ । ୨୦୧୩ ମସିହାରେ ସ୍ଥାନୀୟ ଥାନା ଅଧିକାରୀ ଶ୍ରୀମତୀ ସାମ୍ବାରୀଙ୍କ ପରିବାରକୁ ଏହି ବିଷୟରେ ପଚରା ଉଚରା କରିବା ପାଇଁ ଯାଇଥିଲେ କିନ୍ତୁ ତାଙ୍କ ପରିବାର ଲୋକ କିଛି ତଥ୍ୟ ପ୍ରଦାନ କରିନଥିଲେ । ରେଡକ୍ରସ ରାଜ୍ୟ ଶାଖାର ଫ୍ୟାମିଲି ସର୍ଭିସ ତାଲିମ ପ୍ରାପ୍ତ ସ୍ଵେଚ୍ଛାସେବୀ ତଥା ବୌଦ୍ଧ ଜିଲ୍ଲାର ଯୁବ ରେଡକ୍ରସ ପରାମର୍ଶଦାତା ଏହି ଖବର ପାଇବା ପରେ ରେଡକ୍ରସ ଓଡିଶା ରାଜ୍ୟ ଶାଖା ସଚିବଙ୍କ ସହ ୨୦.୦୪.୦୧୪ ତାରିଖରେ ଯୋଗାଯୋଗ କରିଥିଲେ । ଏହାପରେ ଓଡିଶା ରାଜ୍ୟ ଶାଖା ମୟୂରଭଞ୍ଜ ଜିଲ୍ଲା ରେଡକ୍ରସ ଶାଖାଙ୍କ ସହ ଯୋଗାଯୋଗ କରି ଶ୍ରୀମତୀ ସାମ୍ବରୀ ସିଂଙ୍କ ପରିବାର ସହିତ ସମ୍ପର୍କ ସ୍ଥାପନ କରିପାରିଥିଲେ । ମହାରାଷ୍ଟ୍ର ରାଜ୍ୟ ରେଡକ୍ରସ ଶାଖାର ଅବୈତନିକ ସଚିବଙ୍କ ପ୍ରତ୍ୟେକ୍ଷ ଚେଷ୍ଟା ଓ ତତ୍ତ୍ବାବଧାନରେ ଥାନେ ସ୍ଥିତ ଆଞ୍ଚଳିକ ମାନସିକ ଚିକିତ୍ସାଳୟର କର୍ମକର୍ତ୍ତାଙ୍କ ସହ ସମ୍ପର୍କ ସ୍ଥାପନ କରାଯାଇ ଶ୍ରୀମତୀ ସାମ୍ବରୀ ସିଂଙ୍କୁ ୧୯.୦୫.୦୧୪ ରିଖରେ ଭୁବନେଶ୍ଵର ରେଡକ୍ରସ କାର୍ଯ୍ୟାଳୟକୁ ଅଣାଯାଇ ପରିବାର ସହ ଏକାଠି କରାଯାଇପାରିଛି । ଏହି ସମୟ ମଧ୍ୟରେ ଶ୍ରୀମତୀ ସିଂ ଶାରୀରିକ ଅକ୍ଷମ ହୋଇଯାଇଥିବାରୁ ମାନସିକ ଚିକିତ୍ସାଳୟରେ ଚିକିତ୍ସିତ ଥିବା ସମୟରେ ଶ୍ରୀମତୀ ସିଂଙ୍କୁ NACEOH ନାମକ ଏକ ସ୍ଥାନୀୟ ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଗୋଟିଏ ହୁଇଲ ଚେୟାର ପ୍ରଦାନ କରାଯାଇଛି । ଭାରତୀୟ ରେଡକ୍ରସ ଷୋସାଇଟି ନୂଆଦିଲ୍ଲୀ ଠାରେ ଥିବା ଫ୍ୟାମିଲି ନିଯୁକ୍ତ ସର୍ଭିସ ବିଭାଗ ଭାରତରେ ପ୍ରତ୍ୟେକ ରାଜ୍ୟ ଶାଖା /କେନ୍ଦ୍ରଶାସିତ ଅଞ୍ଚଳ /ଜିଲ୍ଲାଶାଖା ଏବଂ ବିଶ୍ଵସ୍ତରରେ ଥିବା ପ୍ରତ୍ୟେକ ଜାତୀୟ ଶାଖାଙ୍କ ସହିତ ସମ୍ପର୍କ ସ୍ଥାପନ କରି ଏହି କାର୍ଯ୍ୟକ୍ରମ ଗୁଡିକ ସୁଚାରରୂପେ ସଂପାଦନ କରିବା ସଙ୍ଗେସଙ୍ଗେ ନିଖୋଜ ବ୍ୟକ୍ତି ମାନଙ୍କୁ ସେମାନଙ୍କ ପରିବାର ସହିତ ପୁନର୍ମିଳନ/ସମ୍ପର୍କ ସ୍ଥାପନ କରିବାରେ ସାହାଯ୍ୟ କରିଥାଏ । ଏହି ବିଶେଷ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତୀୟ ରେଡକ୍ରସ ସୋସାଇଟି ଭାରତର ପ୍ରତ୍ୟେକ ଲୋକଙ୍କୁ ବିଶ୍ଵର ଯେ କୌଣସି କୋଣରୁ ସେମାନଙ୍କ ପରିବାରର ନିଖୋଜ ସଦସ୍ୟଙ୍କ ସହିତ ସମ୍ପର୍କ ସ୍ଥାପନ କରିବାରେ ପ୍ରଚେଷ୍ଟା କରିଥାଏ ।

Share in top social networks!
Powered By Indic IME