ଆଦର୍ଶ ଆଚରଣ ବିଧି ଉଠିଲା

Odishan-MAP-1ନବ ନିର୍ବାଚିତ ବିଧାୟକଙ୍କ ତାଲିକା ସମ୍ପର୍କିତ ଗେଜେଟ ବିଜ୍ଞପ୍ତି ଆଜି ରାଜ୍ୟ ନିର୍ବାଚନ ଅଧିକାରୀ ଡ. ମୋନା ଶର୍ମା ରାଜ୍ୟପାଳ ଙ୍କୁ ପ୍ରଦାନ କରିଛନ୍ତି । ଏହାପରେ ଚତୁର୍ଦଶ ବିଧାନସଭାକୁ ରାଜ୍ୟପାଳ ଏସ.ସି ଜମିର୍ ଆନୁଷ୍ଠାନିକ ଭାବରେ ଭଙ୍ଗ କରିବା ସହିତ ପଞ୍ଚଦଶ ବିଧାନସଭା ଆଜିଠାରୁ ଗଠନ ପ୍ରକ୍ରିୟା ଆରମ୍ଭ ଲାଗି ବିଧାନସଭା ସଚିବାଳୟକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଗତ ମାର୍ଚ୍ଚ 5 ତାରିଖରୁ ରାଜ୍ୟରେ ଜାରି କରାଯାଇଥିବା ଆଦର୍ଶ ଆଚରଣ ବିଧି କୁ ଆଜି କମିଶନ ସଂପୂର୍ଣ୍ଣ ଉଠାଇଦେଇଛନ୍ତି । ପଞ୍ଚଦଶ ବିଧାନସଭା ଓ ଷୋଡଦଶ ଲୋକସଭା ପାଇଁ ଓଡିଶାରେ ୨ଟି ପର୍ଯ୍ୟାୟ ରେ ହୋଇଥିବା ନିର୍ବାଚନ ଫଳାଫଳ ଗତ ୧୬ ତାରିଖରେ ପ୍ରକାଶ ପାଇଥିଲା । ବିଧି ଅନୁସାରେ ,ରାଜ୍ୟ ନିର୍ବାଚନ ଅଧିକାରୀ ଡ.ମୋନା ଶର୍ମା ଆଜି ସକାଳ ସାଢେ ୧୧ଟା ବେଳେ ଏ ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ନେଇ ରାଜ୍ୟପାଳଙ୍କୁ ଦେଇଥିଲେ ।

Share in top social networks!