ଗ୍ରୀଷ୍ମକାଳୀନ ଶିଶୁ କଳାକାର କର୍ମଶାଳା ଫାଇନ୍ ହାର୍ଟ ଉଦଘାଟିତ

DSC04932ଓଡିଶା ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ତରଫରୁ ସବୁବର୍ଷ ଭଳି ଏ ବର୍ଷ ମଧ୍ୟ ସ୍କୁଲ ପିଲାମାନଙ୍କୁ ନେଇ ଆରମ୍ଭ ହୋଇଥିଲା ଗ୍ରୀଷ୍ମକାଳୀନ ଶିଶୁକଳାକାର କର୍ମଶାଳା ଫାଇନ୍ ହାର୍ଟ । ଏହି କର୍ମଶାଳା ଗତ ୪ ତାରିଖରୁ ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ୫ ବର୍ଷରୁ ୧୭ବର୍ଷ ବୟସର ପିଲାମାନେ ଭାଗ ନେଇଥିଲେ । ଏହି କର୍ମଶାଳାରେ ପିଲାମାନେ ଟେରାକୋଟା,ପେପର ମାସ୍କ , ୱାଲ୍ ହ୍ୟାଙ୍ଗିଙ୍ଗ ,ଗ୍ଲାସ୍ ପେଣ୍ଟିଙ୍ଗ୍,ପଟ୍ଟଚିତ୍ର,ବାଲୁକାକଳା ,ପେନ ଷ୍ଟାଣ୍ଡ,କାନଭାସ୍ ପେଣ୍ଟିଙ୍ଗ୍,କାଲିଗ୍ରାଫି,ଭେସପେଣ୍ଟିଙ୍ଗ ଏବଂ କୁମ୍ଭାର ଚକ ମାଧ୍ୟମରେ ପୋଟେରୀ ଇତ୍ୟାଦି ତିଆରି ଶିଖିଥିଲେ । ଓଡିଶାର ବଛାବଛି ଯୁବ ଶିକ୍ଷକ ତଥା ଶିକ୍ଷୟିତ୍ରୀ ଯେମିତିକି ମଧୁମିତା ବାରିକ ,ମୌସୁମୀ ମିଶ୍ର,ରମେଶ ଚନ୍ଦ୍ର ମୁଦୁଲି ,ମାନସ ଦାସ ଓ ଶତ୍ରୁଘନ ମେହେର ଆଦି ଏଥିରେ ପିଲାମାନଙ୍କୁ ପ୍ରତ୍ୟେକ ଦିନ କିଛି ନୂଆ କରିବା ଓ ଶିଖିବାର ଅନୁଭୂତି ଆଣିଦେଇଥିଲେ । ଖରାଦିନିଆ ଛୁଟିରେ କାଦୁଅ,ବାଲି,କାଗଜ ଅଠା,ରଙ୍ଗ-ତୂଳି ଓ ପେନସିଲ୍ କୁ ନେଇ ନୂଆନୂଆ କାରୁକାର୍ଯ୍ୟ କରିବାର ମଜା ଅଲଗା । ଏଣୁ କୁନିକୁନି ପିଲାମାନଙ୍କୁ ଏହି ଶିକ୍ଷା ଦେବାର ଅନୁଭୂତି ମଧ୍ୟ ନିଆରା । ଏହି କାର୍ମଶାଳା ପାଇଁ ଦରକାର ହେଉଥିବା ସବୁ ପ୍ରକାର ଉପକରଣ ଗ୍ୟାଲେରୀ ତରଫରୁ ଯୋଗାଯାଇଥିଲା । ଆଜିର ଉଦଘାଟନୀ ଉତ୍ସବରେ ଓଡିଶା ଲଳିତକଳା ଏକାଡ଼େମୀର ଉପସଭାପତି ଶ୍ରୀଯୁକ୍ତ ଡି.ଏନ୍ ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମଶାଳାରେ ଭାଗନେଇଥିବା ପିଲାମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିବା ସହ ସେମାନେ ତିଆରି କରିଥିବା ବିଭିନ୍ନ କାରୁକାର୍ଯ୍ୟ ର ଉଚ୍ଚ ପ୍ରଶଂସା କରିଥିଲେ ।

Share in top social networks!