ବିଜୁ ଛାତ୍ର ଜନତା ଦଳ ତରଫରୁ ରାଜ୍ୟବାସୀଙ୍କୁ କୃତଜ୍ଞତା ଓ ଅଭିନନ୍ଦନ

download (1)
୨୦୧୪ ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେଡ଼ିକୁ ବିପୁଳ ସମର୍ଥନ ପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଓ ଅଭିନନ୍ଦନ । ସଦ୍ୟ ପ୍ରକାଶିତ ୨୦୧୪ ବିଧାନସଭା ଓ ଲୋକସଭା ନିର୍ବାଚନ ଫଳାଫଳ ଅନୁଯାୟୀ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବାକୁଯାଉଛନ୍ତି । ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ତଥା ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବିଧାନସଭା ପ୍ରାର୍ଥୀ ବ୍ୟୋମକେଶ ରାୟ ସବୁଠାରୁ ୨୫,୦୦୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବାରୁ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ସମସ୍ତ ଭୋଟର ମାନଙ୍କୁ ବିଜୁ ଜନତା ଦଳ ତରଫରୁ ଅନେକ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏଥିସହିତ ବେଦି ସଭାପତି ମାନ୍ୟବର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜୁ ଚାତରାଜନତା ପ୍ରତି ତାଙ୍କର ଆଶା ଓ ବିଶ୍ଵାସ ପାଇଁ ଛାତ୍ର ବିଜେଡ଼ିର ରାଜ୍ୟ ଉପସଭାପତି ଅମରେଶ ପତ୍ରୀ,ସନ୍ତୋଷ ବେଜ,ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ରଶ୍ମୀରଞ୍ଜନ ମହାପାତ୍ର,ମଳୟ ପତି,ଶୁଭ୍ରଜିତ୍ ପାଢୀ,ସୁଧାଂଶୁ ମହାନ୍ତି,ସୁନୀଲ ପଣ୍ଡା ଏକ ପ୍ରେସ୍ ବିବୃତିରେ ଅଭିନନ୍ଦନ ଜଣାଇଛନ୍ତି ।

Share in top social networks!
Powered By Indic IME