୨ୟ ପର୍ଯ୍ୟାୟରେ ୬୦୯ ଜଣ ଚୁକ୍ତିଭିତିକ ହାଇସ୍କୁଲ ଶିକ୍ଷକ ମାନଙ୍କୁ ନିୟମିତ କରାଗଲା : ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ

20 THURSDAY ASSAMBLY VEW (2)ହାଇସ୍କୁଲ ମାନଙ୍କରେ ଦୀର୍ଘ ୬ ବର୍ଷ ଧରି କାର୍ଯ୍ୟରତ ୬୦୯ ଜଣ ଚୁକ୍ତିଭିତିକ ହାଇସ୍କୁଲ ଶିକ୍ଷକ ମାନଙ୍କୁ ନିୟମିତ କରାଗଲା ବୋଲି ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ରବି ନାରାୟଣ ନନ୍ଦ ସୂଚନା ଦେଇଛନ୍ତି | ଏଥି ସଙ୍କ୍ରାନ୍ତରେ ଗଣଶିକ୍ଷା ବିଭାଗପକ୍ଷରୁ ଆଜି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି | ସରକାର ପ୍ରଚଳିତ ନିୟମ ଅନୁଯାୟୀ ୬ ବର୍ଷ ସମ୍ପୂର୍ଣ କରିଥିବା ଚୁକ୍ତିଭିତିକ ଶିକ୍ଷକ ମାନଙ୍କୁ ୨ୟ ପର୍ଯ୍ୟାୟରେ ନିୟମିତ କରିଛନ୍ତି | ସୂଚନାଯୋଗ୍ୟ ଉକ୍ତ ଚୁକ୍ତିଭିତିକ ଶିକ୍ଷକ ମାନଙ୍କ ଭିତରେ ଟ୍ରେଣ୍ଡ ମାଟ୍ରିକ ସି.ଟି,ଟ୍ରେଣ୍ଡ ଗ୍ରାଜୁଏଟ୍ କଳା/ବିଜ୍ଞାନ, Classical (Urdu), ଉର୍ଦ୍ଧୁ ଶିକ୍ଷକ ଏବଂ PET ଅନ୍ତର୍ଭୁକ୍ତ ବୋଲି ମାନ୍ୟବର ମନ୍ତ୍ରୀ ପ୍ରକାଶ କରିଛନ୍ତି |

ଉକ୍ତ ବିଜ୍ଞପ୍ତି ଅନୁଯାୟୀ ସମୁଦାୟ ୬୦୯ ଜଣ ଚୁକ୍ତିଭିତିକ ଶିକ୍ଷକ ଙ୍କ ମଧ୍ୟରୁ ବାଲେଶ୍ଵର ଜିଲ୍ଲାର ସର୍ବାଧିକ ୩୦ଜଣ ,ଭଦ୍ରକ ୨୩, ବଲାଙ୍ଗୀର ର ୩୨, କଟକ ୪୦,ଢେଙ୍କାନାଳ ୫୭ , ଗଞ୍ଜାମ ୫୯,ଜଗତସିଂପୁର ୪୨,ଯାଜପୁର ୪୪,ଜଯପୁର ୨୪,କଳାହାଣ୍ଡି ୨୧, କେନ୍ଦ୍ରାପଡା ୩୪, କେନ୍ଦୁଝର ୨୨,ଖୋର୍ଦ୍ଧା ୨୩, କୋରାପୁଟ ୧୮,ମୟୂରଭଞ୍ଜ ୬୮,ବୌଦ୍ଧ, କନ୍ଧମାଳ, ଫୁଲବାଣୀରେ ୨୪ ଜଣ ,ପୁରୀ ୩୨ ଏବଂ ସୁନ୍ଦରଗଡ ଜିଲ୍ଲାରେ ସମୁଦାୟ ୧୬ ଜଣ ଚୁକ୍ତିଭିତିକ ଶିକ୍ଷକମାନଙ୍କୁ ନିୟମିତ କରାଗଲା |

Share in top social networks!