୪କୋଟି ଓଡିଆ ବାସୀଙ୍କ ବିଜୟ : ନବୀନ

49904
ବିଜେଡ଼ିର ସଫଳତାକୁ ୪କୋଟି ଓଡିଆ ବାସୀଙ୍କ ସଫଳତା ବୋଲି କହିଛନ୍ତି ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକ । ଏହାସହ ମହିଳା ଭୋଟରମାନଙ୍କୁ ସେ ସ୍ଵତନ୍ତ୍ର ଭାବେ ଧନ୍ୟବାଦ ଜଣାଇଛନ୍ତି । ବିଜେଡ଼ିର ବିପୁଳ ସଫଳତାରେ ବେଶ୍ ଉତ୍ସାହିତ ଥିବା ନବୀନ ଅପରାହ୍ନରେ ଅଣମାଧ୍ୟମ ପ୍ରତିନିଧୀଙ୍କୁ ନବୀନ ନିବାସରେ ପ୍ରତିକ୍ରିୟା ଦେଇଥିଲେ । ସେ କହିଥିଲେ ଯେ,ବିଜେଡି ସରକାରର ଲୋକାଭିମୁଖୀ କାର୍ଯ୍ୟକୁ ଲୋକମାନେ ସ୍ଵୀକୃତି ଦେଇଛନ୍ତି । ବିଶେଷ କରିମହିଳା ଭୋଟରମାନେ ବିଜେଡ଼ିକୁ ଅଧିକ ସମର୍ଥନ ଦେଇଛନ୍ତି । ବିଜେଡି ସରକାରର ସ୍ଵଚ୍ଛ ଶାସନ ପ୍ରତି ଲୋକମାନେ କ୍ରମାଗତ ଚତୁର୍ଥ ଥର ପାଇଁ ଭରସା ସ୍ଥାପନ କରିଛନ୍ତି । ଓଡିଶାର ବିକାଶ ଓ ସ୍ଵାଭିମାନ ପାଇଁ ବିଜେଡି ନିଜକୁ ପୁଣି ଉତ୍ସର୍ଗ କରୁଛି । ସନ୍ଧ୍ୟାରେ ନବୀନ ରାଜ୍ୟ କାର୍ଯ୍ୟାଳୟକୁ ଆସିଥିଲେ କର୍ମୀମାନଙ୍କ ବିଜଯ ଉତ୍ସବ ପାଳନରେ ସାମିଲ ହେବା ପାଇଁ କାର୍ଯ୍ୟାଳୟକୁ ଆସି ପ୍ରଥମେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ । ତାହା ପରେ ମଞ୍ଚ ଉପରକୁ ଯାଇ କର୍ମୀମାନଙ୍କୁ ହାତ ହଲାଇ ଅଭିବାଦନ ଜଣାଇବା ସହ କର୍ମୀମାନଙ୍କୁ ଉଦ୍ବୋଧନ ଦେଇଥିଲେ । ପାଞ୍ଚଜଣ ବିଜୟୀ ପ୍ରାର୍ଥୀ ଏକାମ୍ରର ଅଶୋକ ପଣ୍ଡା,ଜଟଣୀର ଭାଗୀରଥୀ ବଡଜେନା,ମଧ୍ୟର ବିଜଯ ମହାନ୍ତି,ଉତ୍ତରର ପ୍ରିୟଦର୍ଶୀ ମିଶ୍ର ଓ ବେଗୁନିଆର ପ୍ରଶାନ୍ତ ଜଗଦ୍ଦେବ ଉପସ୍ଥିତ ଥିଲେ ।

Share in top social networks!