୨୦୧୪ ଜନାଦେଶ ଓଡିଶାର ବିକାଶ ଓ ସ୍ଵାଭିମାନକୁ ବଳବତ୍ତର ରଖିବ :-ବିଜୁ ଜନତା ଦଳ

48554
ଓଡିଶାର ଅପ୍ରତିଦ୍ଵନ୍ଦୀ ଜନନେତା ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ବିଜୁ ଜନତା ଦଳ ଚତୁର୍ଥ ଥର ପାଇଁ ଓଡିଶା ବାସୀ ବିଶ୍ଵାସ ଭରସା ରଖି ଆଶୀର୍ବାଦ କରିଥିବାରୁ ବିଜୁ ଜନତା ଦଳ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅଭିନନ୍ଦନ ଜଣାଇବା ସହ ରାଜ୍ୟ ବାସୀ ବିଶେଷ କରି ଯୁବ,ମହିଳା ଓ ଛାତ୍ର ଭୋଟର ମାନଙ୍କୁ ଦଳର ମୁଖପାତ୍ରା ତଥା ସାଧାରଣ ସଂପାଦକ ଶ୍ରୀ ବିଜୟ ନାୟକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ଶ୍ରୀ ନାୟକ କହିଛନ୍ତି ଯେ,ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ଵରେ ରାଜ୍ୟର ବିକାଶ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟବାସୀଙ୍କ ରାୟ ଆଗାମୀ ଦିନରେ ଓଡିଶା ଏକନମ୍ବର ରାଜ୍ୟ ଭାବେ ଗଢିତୋଳିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସଂକଳ୍ପ ଆଗାମୀ ୫ବର୍ଷ ରେ ସଫଳ ହୋଇ ଓଡିଶା ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀଙ୍କୁ ସର୍ବାଧିକ ସଂଖ୍ୟାରେ ବିଜୟୀ କରିଥିବା ବେଳେ ଲୋକସଭା ନିର୍ବାଚନ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ବିଜୟୀ କରି ଦିଲ୍ଲୀ ଦରବାରରେ ଓଡିଶା ସ୍ଵାଭିମାନକୁ ପ୍ରତିପାଦିତ କରିବା ସହ ଜାତୀୟ ସ୍ତରରେ ୫ମ ସ୍ଥାନରେ ରଖିଥିବାରୁ ରାଜ୍ୟବାପୀ ଙ୍କୁ ଦଳ ପକ୍ଷରୁ ଶ୍ରୀ ନାୟକ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Share in top social networks!