ଆସନ୍ତାକାଲି ଭୋଟ ଗଣତି

49020୨୦୧୪ ସାଧାରଣ ନିର୍ବାଚନ ପାଇଁ ଓଡିଶାରେ ୨ଗୋଟି ପର୍ଯ୍ୟାୟ ରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଅନୁଷ୍ଠିତ ହୋଇଥିବା ନିର୍ବାଚନର ଭୋଟଗଣତି ଆସନ୍ତାକାଲି ମଇ ୧୬ତାରିଖ ,(ଶୁକ୍ରବାର) ଅନୁଷ୍ଠିତ ହେଉଛି । ୬୪ଟି ଗଣତି କେନ୍ଦ୍ରର ୧୫୯ଟି ହଲରେ ୧୨୦୦୦ କର୍ମଚାରୀ/ଅଧିକାରୀଙ୍କ ଦ୍ଵାରା ଏହା ସମ୍ପନ୍ନ ହେବ । ରାଜ୍ୟର୨କୋଟି୧୪ଲକ୍ଷ ଭୋଟର ଏହି ଫଳାଫଳ ଜାଣିବା ପାଇଁ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିବାବେଳେ ୧,୬୧୬ ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ପରୀକ୍ଷାର ଫଳ ଜଣାପଡିବ । ଆସନ୍ତାକାଲି ସକାଳ ୬ ଘଟିକା ସମୟରେ ପର୍ଯ୍ୟବେକ୍ଷକ ଙ୍କ ଉପସ୍ଥିତିରେ ତୃତୀୟ ତଥା ଶେଷ ପର୍ଯ୍ୟାୟ ଗଣତି କର୍ମଚାରୀଙ୍କ ବିକ୍ଷିପ୍ତିକରଣ ହେବା ସହ ସେମାନଙ୍କୁ ଟେବୁଲ ବଣ୍ଟାଯିବ । ନିର୍ଦ୍ଧାରିତ ସମୟରେ ପ୍ରାର୍ଥୀ ବା ସେମାନଙ୍କର election agent, ପର୍ଯ୍ୟବେକ୍ଷକ ଓ ରିଟର୍ଣ୍ଣିଂ ଅଫିସରଙ୍କ ଉପସ୍ଥିତିରେ ଇଭିଏମ୍ ରଖାଯାଉଥିବା ଷ୍ଟ୍ରଙ୍ଗରୁମ ଗୁଡିକ ଖୋଲାଯିବ । ସକାଳ ୮ ଘଟିକାରେ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ଆରମ୍ଭ ହେବ । ପୋଷ୍ଟାଲ ବାଲଟ କାଉଣ୍ଟିଂର ଅଧଘଣ୍ଟାପରେ ଇଭିଏମ୍ କାଉଣ୍ଟିଂ ଆରମ୍ଭ ହେବ । କିନ୍ତୁ ପୋଷ୍ଟାଲ ବାଲଟ କାଉଣ୍ଟିଂ ଶେଷ ହେବା ପରେ ଇଭିଏମ୍ ର ଦ୍ଵିତୀୟ ରାଉଣ୍ଡ ଗଣତି ଆରମ୍ଭ ହେବ । ଓଡିଶାରେ ପାଖାପାଖି ୪୦୦୦୦ ପୋଷ୍ଟାଲ ବାଲାଟ ମାଧ୍ୟମରେ ମତଦାନ ହୋଇଥିବା ସୂଚନା ମିଳିଛି । ଭୋଟ ଗଣତି ବ୍ୟବସ୍ଥା,ମିଡିଆ ସେଣ୍ଟର ଓ ତ୍ରିସୁରକ୍ଷା ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଡଃ ମୋନା ଶର୍ମା କହିଛନ୍ତି ଯେ,ପ୍ରତ୍ୟେକ ହଲରେ ୧୪ଟି ଟେବୁଲ ପଡିବାର ବ୍ୟବସ୍ଥା ଅଛି । ଗୋଟିଏ ପଟରେ ୭ଟି ଟେବୁଲ ଓ ଅନ୍ୟପଟେ ମଧ୍ୟ ୭ଟି ଟେବୁଲ ପଡିବ । ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର ,ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ ଓ ଜଣେ ମାଇକ୍ରୋ ଅବଜଭର ରହିବେ । ଏହାସହ ୮୩ଜଣ ସାଧାରଣା ପର୍ଯ୍ୟବେକ୍ଷକ ୬୪ଟି କେନ୍ଦ୍ର ଦାୟିତ୍ଵ ରେ ରହିବେ । ସମୁଦାୟ ୪୮ଜଣ ଭାରତ ଇଲେକ୍ଟ୍ରିକାଲ ଲିମିଟେଡ଼ର ଇଞ୍ଜିନିୟର ବିଭିନ୍ନ କେନ୍ଦ୍ର ଓ ହଲ ବୁଲି କଣ୍ଟ୍ରୋଲ ୟୁନିଟ୍ ରେ କିଛି ସମସ୍ୟା ଦେଖାଯାଏ ତାହାକୁ ଅନ୍ୟତ୍ର ରଖି ଗଣତି ଆଗେଇ ନିଆଯିବ । କମିଶନଙ୍କ ଆବଶ୍ୟକ ନିର୍ଦ୍ଦେଶ କ୍ରମେ ସମସ୍ୟା ଥିବା କଣ୍ଟ୍ରୋଲ ୟୁନିଟ୍ ର ଗଣତି ପରେ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ଫାକ୍ସ,ଫୋନ ଓ ଇଣ୍ଟରନେଟ ତଥା ମାଇକ ଦ୍ଵାରା ଜନସାଧାରଣ ଙ୍କୁ ପ୍ରତ୍ୟେକ ଗଣତି ରାଉଣ୍ଡ ଶେଷରେ ଫାଳଫଳ ଜଣାଇଦିଆଯିବ । ମିଡିଆ ସେଣ୍ଟର ନିକଟରେ information system management cell ଖୋଲାଯିବ । କାଉଣ୍ଟିଂ ହଲରୁ ସିଧା କ୍ମିସନଙ୍କୁ ଫଳାଫଳ କମ୍ପ୍ୟୁଟର ମାଧ୍ୟମରେ ପଠାଇବାର ଏହି ବ୍ୟବସ୍ଥା କରାଯାଇଛି । ୩୦ରୁ୩୫ ରାଉଣ୍ଡ ଗଣତି ମଧ୍ୟରେ ଭୋଟ ଗଣତି ସରି ଫଳାଫଳ ଜଣାପଡିବ । । ଏଥିପାଇଁ ୬ରୁ୮ ଘଣ୍ଟା ସମୟ ଲାଗିବ । ଫଳାଫଳ ଘୋଷଣାରେ ଯଦି କୌଣସି controversy ନ ଥାଏ ରିଟର୍ଣ୍ଣିଂ ଅଫିସର ନିଜେ ଫଳ ଘୋଷଣା କରିପାରିବେ । ନତୁବା କମିଶନଙ୍କ ଦୃଷ୍ଟିକୁ ନିଆଯିବ ବୋଲି ଶ୍ରୀମତୀ ମୋନା ଶର୍ମା କହିଛନ୍ତି ।

Share in top social networks!