ଡ.ଅଶୋକ ଦାସ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି

OD-MAP-1
ଭାବା ପରମାଣୁ ଗବେଷଣା କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ. ଅଶୋକ କୁମାର ଦାସଙ୍କୁ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତି ମିଳିଛି । ସର୍ବ କମିଟି ସୁପାରିସ କରିଥିବା ତିନିଜଣ ବରିଷ୍ଠ ପ୍ରଫେସରଙ୍କର ବ୍ୟକ୍ତିଗତ ସାକ୍ଷାତକାର ନେବା ପରେ କୁଳାଧିପତି ତଥା ରାଜ୍ୟପାଳ ଏସ୍.ସି ଜମିର ଡ. ଦାସଙ୍କୁ କୁଳପତି ଭାବେ ନିଯୁକ୍ତି ଦେଇଛନ୍ତି । ଡ. ଦାସ ତାଙ୍କର ବର୍ତ୍ତମାନ କାର୍ଯ୍ୟ ରୁ ରିଲିଭ ହେବା ପରେ ଆସନ୍ତା ସପ୍ତାହରେ କୁଳପତି ଦାୟିତ୍ଵ ଗ୍ରହଣ କରିପାରନ୍ତି ବୋଲି ଜଣାପଡିଛି ।

Share in top social networks!