ମା’ ସନ୍ତୋସୀ ଦେବୀଙ୍କ ସପ୍ତମ ବାର୍ଷିକ ଉତ୍ସବ ଉପଲକ୍ଷେ ବିଶ୍ଵାଶାନ୍ତି ମହାଯଜ୍ଞ

3
ପ୍ରତିବର୍ଷ ପରି ଚଳିତ ବର୍ଷ ମା’ ସନ୍ତୋଷି ଦେବୀଙ୍କ ବାର୍ଷିକ ଉତ୍ସବ ଉପଲକ୍ଷେ ସ୍ଥାନୀୟ ବରମୁଣ୍ଡା ଠାରେ ୨ ଦିନ ଧରି ବିଶ୍ଵଶାନ୍ତି ମହାଯଜ୍ଞ ପାଳିତ ହୋଇଯାଇଛି । ପିପିଲିରୁ ଏକ ଦଳ ଘଣ୍ଟ,ବାଣ ଓ ଢୋଲବାଜା ମା’ସନ୍ତୋଷୀ ପୀଠ ଠାରୁ ନୀଳକଣ୍ଠେଶ୍ଵର ମନ୍ଦିର ପର୍ଯ୍ୟନ୍ତ ଯାଇ ବରମୁଣ୍ଡା ଗ୍ରାମ ପରିକ୍ରମା କରିଥିଲା । ଏଥିରେ ୨୭ଜଣ ଭକ୍ତ କଳସ ଯାତ୍ରା କରିଥିଲେ । ମା’ସନ୍ତୋଷୀଙ୍କ ପୂଜାର୍ଚ୍ଚନା,ଚଣ୍ଡୀପାଠ ହୋମ ଓ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଭୁବନେଶ୍ଵର ମହାନଗର ନିଗମର ମେୟର ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି,୫୦ନଂ ୱାର୍ଡର କର୍ପୋରେଟର ସୁଜିତ କୁମାର ସ୍ଵାଇଁ,୨୨ନଂ ୱାର୍ଡର କର୍ପୋରେଟର ହରେକୃଷ୍ଣ ନାୟକ,ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ତଥା ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟ,ସମାଜସେବୀ ତଥା ଶ୍ରୀମଦ ଭାଗବତ ଗୀତା ବିଦ୍ୟାମନ୍ଦିରର ପରିଚାଳନା ସଂପାଦକ ସମରେନ୍ଦ୍ର କୁମାର ଜେନା,ସାପ୍ତାହିକ ସମ୍ବାଦ ପତ୍ର’ ‘ଉନ୍ନତି ପଥେ’ର ସଂପାଦକ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଓ ବରମୁଣ୍ଡା ବାସିନ୍ଦା ରବୀନ୍ଦ୍ର କୁମାର ପ୍ରଧାନ ସମ୍ମାନିତ ଅତିଥିଭାବେ ଅଯୋଗଦେଇଥିଲେ । ଜଳଯାତ୍ରା ଦିବସରେ ମା’ସନ୍ତୋଷୀ ଭଜନ ମଣ୍ଡଳୀ ପକ୍ଷରୁ କଣ୍ଠଶିଳ୍ପୀ ନାରାୟଣ ନାୟକ,ସୁନୀଲ କୁମାର ଦାସ ଓ କୈଳାସ ନାୟକ ଭଜନ ପରିବେଷଣ କରିଥିଲେ । ଏହାଛଡା ପୂର୍ଣ୍ଣାହୁତି ଦିବସରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ବିଶିଷ୍ଟ ସଂଗୀତା ନିର୍ଦ୍ଦେଶକ ଆଶା ମୁକୁଳ ବାରିକ ଓ ତାଙ୍କ ଦଳ ଭଜନ ପରିବେଷଣ କରିଥିଲେ । କଣ୍ଠଶିଳ୍ପୀ ପୁଲିନ ରାଉତରାୟ,କେଶବ ମହାରଣା,ବିଶ୍ଵଜିତ ମହାପାତ୍ର,ବନ୍ଦନା ସାହୁ ଓ ଦେବଯାନୀଙ୍କ ସଂଗୀତ ଅତ୍ୟନ୍ତ ଉଚ୍ଚକୋଟିର ହୋଇଥିଲା । ତବଲାରେ ଧନେଶ୍ଵର ସ୍ଵାଇଁ ଓ ହେମନ୍ତ ସ୍ଵାଇଁ,ଅର୍ଗାନରେ ଶ୍ଵେତ ମିଶ୍ର ଓ ପ୍ୟାଡରେ କୁମାର ଟୁଟୁ ସାହାଯୋଗକରିଥିଲେ । ସାମ୍ବାଦିକ ବିଜୟ କୁମାର ପଣ୍ଡା,ମାଧବ ବେଉରା,ଦେବକାନ୍ତ ମହାପାତ୍ର,ଶେଖରିଆଜ ଓ ସତ୍ୟନାରାୟଣ ମହାନ୍ତି ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ । ଏହି ବିଶ୍ଵଶାନ୍ତି ମହାଯଜ୍ଞ ମହୋତ୍ସବକୁ ଆଦିତ୍ୟ କୁମାର ସ୍ଵାଇଁ,ସଂଜୀବ କୁମାର ପ୍ରଧାନ,ସୁଶାନ୍ତ କୁମାର ପ୍ରଧାନ ଓ ସତ୍ୟଭାମା ସ୍ଵାଇଁ ପରିଚାଳନା କରିଥିଲେ ।

Share in top social networks!