ଉତ୍କଳ ବିଲଡର୍ସ ଗ୍ରୁପର ଏକ ପ୍ରକଳ୍ପ ‘ଉତ୍କଳ ହାଇଟ୍ସ’କୁ କ୍ରିସିଲ୍ ଦ୍ଵାରା ପଞ୍ଚ ତାରକା ମାନ୍ୟତା ପ୍ରଦାନ

Odishan-MAP-2
ହୁବନେଶ୍ଵରର ପାହାଳ ନିକଟରେ ୫ ନମ୍ବର ଜାତୀୟ ରାଜପଥ କଡରେ ନିର୍ମିତ ହୋଇଥିବା ୨୨ ମହଲା ବିଶିଷ୍ଟ ଉତ୍କଳ ହାଇଟ୍ସ ଭୁବନେଶ୍ଵରର ସର୍ବୋଚ୍ଚ ବାସଗୃହ କମ୍ପ୍ଲେକ୍ସ । ଉତ୍କଳ ବିଲଡ଼ର୍ସ ଗ୍ରୁପର ଅଧ୍ୟକ୍ଷ ସୁବାସ ଚାନ୍ଦ ଭୂରା କହିଛନ୍ତି ଯେ-ଉନ୍ନତମାନ ଏବଂ ଗରିବମାନଙ୍କ ଏକ କମ୍ପାନୀ ସି.ଆର.ଆଇ.ଏସ୍.ଆଇ.ଏଲ୍ ଉତ୍କଳ ହାଇଟ୍ସକୁ ପଞ୍ଚ ତାରକା ମର୍ଯ୍ୟାଦା ପ୍ରଦାନ କରିବା ଆମକୁ ବେଶ୍ ଆନନ୍ଦିତ କରିଛି । ଉତ୍କଳ ବିଲଡ଼ର୍ସ ଗ୍ରୁପର ନିର୍ଦ୍ଦେଶକ ଶରଦ ବେଦ କହିଛନ୍ତି ଯେ ଏହି ପ୍ରକଳ୍ପ କ୍ଷେତ୍ରରେ ପ୍ରତ୍ୟେକଟି ଘଟଣାକୁ ଏବଂ ଅସମ୍ଭବ କୁ ଅତିକ୍ରମ କରି ଆମେ ଶେଷରେ ଆଉ ଅଧିକ କିଛି କରିପାରିବୁ ବୋଲି ଆଶା ରଖିଛୁ । ଅନ୍ୟ ପକ୍ଷରେ ଏହି ରେଟିଂ ଆମକୁ ଅଧିକ ଉତ୍ସାହିତ କରିଛି । ଏହା ଫଳରେ ଗ୍ରାହକ ମାନଙ୍କ ଚାହିଦା ମେଣ୍ଟାଇ ପାରିବୁ ବୋଲି କହିଛନ୍ତି ଉତ୍କଳ ଗ୍ରୁପର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଭୁରା । କ୍ରିସିଲର ରିଅଲ ଇଷ୍ଟେଟ ଆଞ୍ଚଳିକ ସେଲସ ମ୍ୟାନେଜର ଅନିରୁଦ୍ଧ ଅଗ୍ରୱାଲ କହିଛନ୍ତି ଯେ କ୍ରିସିଲ୍ ରିଅଲ ଇଷ୍ଟେଟ ପ୍ରକଳ୍ପ ଗୁଡିକର ସହର କୈନ୍ଦ୍ରିକ ସମସ୍ତ ଦିଗ ଉପରେ ରେଟିଂ ପ୍ରଦାନ କରିଥାଏ ଏହା ଦୁଇ ପ୍ରକାରର ଜଟିଳ ସ୍ଥିତିକୁ ସମୀକ୍ଷା କରିଥାଏ । ପ୍ରଥମଟି ହେଉଛି ପ୍ରକଳ୍ପ ନିର୍ମାଣ କ୍ଷେତ୍ରରେ ସ୍ଵଚ୍ଛତା ରକ୍ଷା ଓ ମାନ ରକ୍ଷା ଏବଂ ଦ୍ଵିତୀୟଟି ଆଇନଗତ କାଗଜପତ୍ର,ଆର୍ଥିକ ବ୍ୟବସ୍ଥା,ପ୍ରକଳ୍ପକୁ ସହୟତା କରୁଥିବା ସଂସ୍ଥା ଇତ୍ୟାଦି । ଉତ୍କଳ ହାଇଟ୍ସ ର ୫ଟି ଟାୱାରରେ ୩୨୦ଟି ବିଶ୍ଵସ୍ତରୀୟ ବାସଗୃହ ଆପାର୍ଟମେଣ୍ଟ ଗୁଡିକ ତିନି ଦିଗରୁ ଆଲୋକ ଓ ବାୟୁ ଚଳାଚଳ ପାଇଁ ଉନ୍ମୁକ୍ତ ରହିଛି । ଏହି ପ୍ରକଳ୍ପ ନକ୍ସାକୁ ଦେଶର ବିଖ୍ୟାତ ସ୍ଥାପିତ ଜେ.ପି. ଅଗ୍ରୱାଲ ତିଆରି କରିଛନ୍ତି । ସେ ଦେଶର ପ୍ରାୟ ଦୁଇ ଶହ ପ୍ରକଳ୍ପର ନକ୍ସା ତିଆରି କରିଛନ୍ତି । ଏଥିସହିତ ସଂଜୀବ ପାରିଖ ନିର୍ମାଣ କୌଶଳ ପ୍ରଦାନ କରିଛନ୍ତି ।

Share in top social networks!