ଏକଜିଟ ପୋଲ ପ୍ରକାଶ ପରେ ଏନଡ଼ିଏ ଆଡକୁ ଢଳିଲା ବିଜେଡ଼ି

49904ଗତକାଲି ବିଭିନ୍ନ ଟିଭି ଚ୍ୟାନେଲ ର ଏକଜିଟ ପୋଲ ପ୍ରକାଶ ପାଇବା ପରେ ଏହି ରିପୋର୍ଟକୁ ନେଇ ରାଜ୍ୟ ତାଠା ଜାତୀୟ ରାଜନୀତିରେ ଏକପ୍ରକାର ନୂତନା ସମୀକରଣ ହେବାର ବାସ୍ନା ବାରି ହୋଇ ପଡିଛି । ବିଶେଷ କୃ ଏନଡ଼ିଏ ଓ ଉପା ଠାରୁ ସମାନ ଦୂରତା ରଖିବ ବୋଲି ବିଜେଡ଼ି ମୁଖିଆ ନବୀନ ପଟ୍ଟନାୟକ ପୂର୍ବରୁ ଘୋଷଣା କରିଥିଲେ । ତେବେ ଏକଜିଟ ପୋଲ ରିପୋର୍ଟ ପରେ ବିଜେଡ଼ି ଡ଼ା ସ୍ଵର ପରିବର୍ତ୍ତନ ହେବାର ଦେଖିବାକୁ ମିଳିଛି । ଏପରିକି ରାଜ୍ୟସ୍ଵାର୍ଥ ପାଇଁ ଦରକାର ପଡିଲେ ଏନଡ଼ିଏ କୁ ସମର୍ଥନ ଦେବା ବୋଲି ବିଜେଡ଼ିର ଜଣେ ବରିଷ୍ଠ ନେତା ପ୍ରକାଶ କରିଛନ୍ତି । ଏକ ଗଣମାଧ୍ୟମରେ ସୂଚନା ଦେଇ ବିଜେଡ଼ି ଦଳର ବରିଷ୍ଠ ନେତା ତଥା ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀଯୁକ୍ତ ପ୍ରଭାତ ତ୍ରିପାଠୀ କହିଛନ୍ତି ଯେ ବର୍ତ୍ତମାନ ଏକଜିଟ୍ ପୋଲ ପ୍ରକାଶ ପାଇଛି । ତେବେ ୧୬ ତାରିଖରେ ଜନତାଙ୍କ ରାୟ ପ୍ରକାଶ ପାଇବ ।

Share in top social networks!