ଚର୍ଚ୍ଚାରେ ଆପୋଲ ହସ୍ପିଟାଲ !

Odishan-MAP-4ରାଜଧାନୀ ଭୁବନେଶ୍ଵର ରେ ରଖିଥିବା ଘରୋଇ ଆପୋଲ ହସ୍ପିଟାଲରେ କିଡନୀ ଦାନ ହୋଇଥିବା ବେଳେ କିଡନୀ ଚୋରୀ ହୋଇଥିବାର ଅଭିଯୋଗ ହୋଇଥିଲା । ଏହି ଘଟଣା ପରେ ଏବେ କିଡନୀ ରାକେଟ ର ପର୍ଦ୍ଦାଫାସ ହେବାରେ ଲାଗିଛି । ସହମତି ଭିତ୍ତିରେ କିଡନୀ ଦାନ କରାଯାଇନାହିଁ ବରଂ କିଡନୀ ଚୋରି ହୋଇଥିବା ନେଇ ଏବେ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅନ୍ୟ ପକ୍ଷରେ ପୋଲିସ କମିଶନର ଆର.ପି ଶର୍ମା କଟକରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଏହି ଘଟଣାରେ ଯେଉଁମାନେ ଅଭିଯୁକ୍ତ ରଖିଥିବା କୁହାଯାଉଛି ଏ ନେଇ ସେମାନଙ୍କ ଉପରେ ତଦନ୍ତ ଚାଲିଥିବା ବେଳେ କାଗଜପତ୍ର ଜବତ ହୋଇଛି । ଜବତ ହୋଇଥିବା କାଗଜପତ୍ର ମଧ୍ୟରୁ ଆୟ ପ୍ରମାଣପତ୍ର ନକଲି ରଖିଥିବା ଜଣାପଡିଛି । ଏହି ଘଟଣାରେ ୩ଜଣ ସମ୍ପୃକ୍ତି ରହିଥିବା ବେଳେ ଜଣେ ମହିଳାଙ୍କୁ ଇରଫ କରାଯାଇଅଛି । ଘଟଣାର ତଦନ୍ତ ଜାରି ରଖିଥିବା ସେ ପ୍ରକାଶ କରିଛନ୍ତି ।

Share in top social networks!