୧୭ରେ ଆଣ୍ଡାମାନ ଛୁଇଁବ ମୌସୁମୀ

46857ଦକ୍ଷିଣ ପୂର୍ବ ମୌସୁମୀ ପାଇଁ ପାଗ ଅନୁକୂଳ ହୋଇଛି । ଯଦି ଏହି ପରି ପରିସ୍ଥିତି ଲାଗି ରହେ ତେବେ ମୌସୁମୀ ବାୟୁ ଆସନ୍ତା ୧୭ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ଛୁଇଁବାରେ ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ ; ସାଧାରଣତଃ ପ୍ରତିବର୍ଷ ମେ ମାସ ୨୦ ତାରିଖରେ ମୌସୁମୀ ବାୟୁ ଆଣ୍ଡାମାନ ନିକୋବର ଛୁଇଁବା ସହ ୩୦ ରେ କେରଳ ଉପକୂଳ ଛୁଇଁଥାଏ । ମାତ୍ର ଏଥର ମୌସୁମୀ ୩ ଦିନ ଆଗୁଆ ଆଣ୍ଡାମନ ଛୁଇଁବା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି । ଯଦି ଏହା ହୁଏ ତେବେ ୩ ଦିନ ଆଉଆ ଅର୍ଥାତ୍ ଜୁନ ୨୭ ତାରିଖରେ କେରଳ ଉପକୂଳ ଛୁଇଁ ପାରେ । ଏ ପରିପ୍ରେକ୍ଷୀରେ ପ୍ରତିବର୍ଷ ଜୁନ ୧୦ ତାରିଖରେ ଓଡିଶା ଛୁଇଁ ଥିବା ମୌସୁମୀ ଏଥର ସଅଳ ଓଡିଶା ମାଟି ଛୁଇଁ ପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

Share in top social networks!
Powered By Indic IME