ଶିଶୁ ସୁରକ୍ଷା ପାଇଁ ବୈଧାନିକ ଅନୁଷ୍ଠାନ ମାନଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ; ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧକ୍ଷା ଶ୍ରୀମତୀ ହେମ୍ବ୍ରମ୍ ଙ୍କ ମତ

ଶିଶୁ ମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ଏବନ ରାଜ୍ୟରେ ଶିଶୁ ସୁରକ୍ଷା ବ୍ୟବସ୍ଥାର ଫଳପ୍ରଦ କାର୍ଯ୍ୟକାରିତା ଦିଗରେ ବିଧି ସମ୍ମତ ଅନୁଷ୍ଠାନ ଓ କର୍ତ୍ତୁପକ୍ଷ ମାନଙ୍କର ଗୁରୁ ଦାୟିତ୍ଵ ରହିଛି ବୋଲି ବହୁ ବିଶିଷ୍ଟ ବ୍ୟକ୍ତି ମାନେ ମତ ପ୍ରକାଶ କରିଛନ୍ତି | ଆଜି ଓଡିଶା ଶିଶୁ ଅଧିକାର ମିଳିତ ମଞ୍ଚ (ଓ.ଏ.ସି.ଆର.ସି ) ପକ୍ଷରୁ ୟୁନିସେଫ୍ ସହଯୋଗରେ ଅନୁଷ୍ଠିତ “ଫଳପ୍ରଦ ଶିଶୁ ସୁରକ୍ଷା ବ୍ୟବସ୍ଥା ଏବଂ ବିଧି ସମ୍ମତ ଅନୁଷ୍ଠାନର ଭୂମିକା “ ସମ୍ପର୍କିତ ଏକ ଆଲୋଚନା ଚକ୍ରକୁ ଉଦ୍ଘାଟନ କରି ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧକ୍ଷ୍ୟା ଶ୍ରୀମତୀ ସରସ୍ଵତୀ ହେମ୍ବ୍ରମ୍ କହିଲେଜେ ଜିଲ୍ଲା ସ୍ତରରେ ଥିବା ଶିଶୁ ମଙ୍ଗଳ କମିଟି , କିଶୋର ନ୍ୟାୟ ବୋର୍ଡ ଏବଂ ରାଜ୍ୟ ସ୍ତରରେ ଶିଶୁ ସୁରକ୍ଷା ପାଇଁ ଉଦ୍ଧିଷ୍ଟ ବିଭିନ୍ନ ଆୟୋଗ ମଧ୍ୟରେ ସମନ୍ଵୟପ୍ରତିଷ୍ଠା କରି ସେମାନଙ୍କର ଦାୟିତ୍ଵ ସଠିକ ଭାବରେ ନିର୍ବାହ କରି ଶିଶୁମାନଙ୍କୁ ବିନା ବିଳମ୍ବରେ ନ୍ୟାୟ ପ୍ରଦାନ କରିବାକୁ ଶ୍ରୀମତୀ ହେମ୍ବ୍ରମ୍ ଆହ୍ଵାନ ଦେଇଛନ୍ତି |

କଟକ କିଶୋର ନ୍ୟାୟ ବୋର୍ଡର ସଦସ୍ୟା ଶ୍ରୀମତୀ ଶୈଳ ବେହେରାଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି ଆଲୋଚୋନା ଚକ୍ରରେ ସ୍ଵାଗତ ଭାଷଣ ଓ ପ୍ରାରମ୍ଭିକ ସୂଚନା ଦେଇ ଓ.ଏ.ସି.ଆର.ସି ର ଆବାହକ ରଞ୍ଜନ ମହାନ୍ତି ଶିଶୁ ସୁରକ୍ଷାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିବା ସହ ବିଧିସମ୍ମତ କର୍ତ୍ତୁପକ୍ଷ ଓ ଅନୁଷ୍ଠାନ ମାନେ ପିଲାମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ନିଜକୁ ସବୁ ଦୃଷ୍ଟିକୋଣ ରୁ ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ | ଭିନ୍ନକ୍ଷମ କମିଶନର ଶ୍ରୀମତୀ କସ୍ତୁରୀ ମହାପାତ୍ର , ଆୟୋଗମାନେ ମାମଲା ପଞ୍ଜୀକୃତ ହେବା ପର୍ଯ୍ୟନ୍ତ ଅପେକ୍ଷା ନକରି ସ୍ଵତପ୍ରବୃତ୍ତ ପଦକ୍ଷେପ ନେବା ପାଇଁ ଆଗେଇ ଆସିବାକୁ କହିଥିଲେ | ପୁର୍ଡୁ ବିଶ୍ଵ ବିଦ୍ୟାଳୟ ଆମେରିକାର ପ୍ରଫେସର ଡାଃ ଲଲାଟେନ୍ଦୁ ଆଚାର୍ଯ୍ୟ କହିଥିଲେ ଯେ ଶିଶୁ ସୁରକ୍ଷା ପାଇଁ ସମ୍ପ୍ରତି ବିଭିନ୍ନ ବ୍ୟବସ୍ଥା କରାଯାଇଛି |

29ଏହି ବ୍ୟବସ୍ଥା ଓ ଅନୁଷ୍ଠାନ ମାନଙ୍କର ସକ୍ରିୟତା ସର୍ବଦା ଗୁରୁତ୍ଵପୂର୍ଣ | ପୂର୍ବତନ ରାଜ୍ୟ ମହିଳା କମିଶନର ସଦସ୍ୟା ଶ୍ରୀମତୀ ନର୍ମତା ଚଢା , ଶିଶୁ ସୁରକ୍ଷା ପାଇଁ ଉଦ୍ଧିଷ୍ଟ ବିଭିନ୍ନ କତୃପକ୍ଷ, ସଦସ୍ୟ/ସଦସ୍ୟା ମାନଙ୍କର ଇଚ୍ଛାଶକ୍ତି ଉପରେ ଗୁରୁତ୍ଵ ଦେଇଥିଲେ | ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟ ରାଜେନ୍ଦ୍ର ମେହେର ,ରାଜ୍ୟ ସ୍ତରୀୟ ଆୟୋଗ ମାନେ ଶିଶୁ ମାନଙ୍କ ପାଇଁ ଉଦ୍ଧିଷ୍ଟ ନୀତି କୁ ବିଶ୍ଳେଷଣ କରି ଉପଯୁକ୍ତ ପରାମର୍ଶ ଦେବାର ଆବଶ୍ୟକତା ଉପରେ ମତ ଦେଇଥିଲେ |

ଅନ୍ୟମାନଙ୍କରେ ମଧ୍ୟରେ ଉତ୍କଳ ବିଶ୍ଵବିଦ୍ୟାଳୟ ର ପ୍ରଫେସର ପ୍ରଦୀପ ସରକାର,ପୂର୍ବତନ ଜିଲ୍ଲା ଜଜ୍ ରବୀଶଙ୍କର ମିଶ୍ର, ଖୋର୍ଦ୍ଧା ଜିଲ୍ଲା କିଶୋର ନ୍ୟାୟ ବୋର୍ଡର ସଦସ୍ୟା ଅନୁରାଧା ମହାନ୍ତି, ୟୁନିସେଫ ର ୱାଇ.ପଦ୍ମାବତୀ,ଲକ୍ଷ୍ମୀନାରାୟଣ ନନ୍ଦ, ଲୋପାମୁଦ୍ରା ତ୍ରିପାଠୀ,ଖୋର୍ଦ୍ଧା ଜିଲ୍ଲା ଶିଶୁ ମଙ୍ଗଳ କମିଟିର ସଭାପତି ଉମାଶଙ୍କର ଷଡଙ୍ଗୀ, ଓଭାର ସମ୍ପାଦକ କ୍ଷମାକର ସ୍ଵାଇଁ ,ଭାରତ ଜ୍ଞାନ-ବିଜ୍ଞାନ ସମିତିର କେନ୍ଦ୍ରୀୟ ସଂଯୋଜିକା ଉଷାରାଣୀ ବେହେରା ବିଭିନ୍ନ ଜିଲ୍ଲାରୁ ଆସିଥିବା ଶିଶୁ ମଙ୍ଗଳ କମିଟିର ଅଧକ୍ଷ, ସଦସ୍ୟ/ସଦସ୍ୟା,କିଶୋର ନ୍ୟାୟ ବୋର୍ଡର ସଦସ୍ୟ/ସଦସ୍ୟା ଓ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନର ପ୍ରତିନିଧି ବୃନ୍ଦ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ | ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧକ୍ଷ୍ୟା କଟକ ବସୁନ୍ଧରା ପ୍ରକାଶିତ କିଶୋର ନ୍ୟାୟ ଆଇନ୍ ର ଏକ ଓଡିଆ ସଂସ୍କରଣକୁ ଉନ୍ମୋଚନ କରିଥିଲେ |

Share in top social networks!