ଗୋମାଡିରେ ଟାଟା ଷ୍ଟିଲ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

downloadନିଜ କାର୍ଯ୍ୟ କ୍ଷେତ୍ରର ପାର୍ଶ୍ଵବର୍ତ୍ତୀ ଗ୍ରାମଗୁଡିକରେ ବସବାସ କରୁଥିବା ଲୋକମାନଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଲକ୍ଷ୍ୟରେ ବୃହତ କମ୍ପାନୀ ଟାଟା ଷ୍ଟିଲ ଓ ଏହାର ଗ୍ରାମୀଣ ବିକାଶ ସଂସ୍ଥା ପକ୍ଷରୁ ସୁନ୍ଦରଗଡ ଜିଲ୍ଲାର କୁତ୍ରା ବ୍ଲକ ଅନ୍ତର୍ଗତ ତୁମର ପଞ୍ଚାୟତ ର ଗୋମାଡି ସ୍ଥିତ ଟାଟା ଷ୍ଟିଲ ହସ୍ପିଟାଲରେ ଏକ ଦିନିକିଆ ମାଗଣା ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା । ଏହି ଶିବିରରେ ତୁମୁରା,ଝାରବେରା,ଓ କୁଟୁନିଆ ପଞ୍ଚାୟତର ପ୍ରାୟ ୩୩୦ ରୁ ଉର୍ଦ୍ଧ୍ଵ ରୋଗୀ ସ୍ୱାସ୍ଥ୍ୟ ସେବା ଲାଭ କରିଥିଲେ । ଏହି ରୋଗୀମାନଙ୍କ ମଧ୍ୟ ସାମିଲ ଥିଲେ ବରିଷ୍ଠ ନାଗରିକ,ଶିଶୁ ଓ ଭିନ୍ନ କ୍ଷମ । ଶିବିରରେ ମେଡ଼ିସିନ,ଚର୍ମ,ଚକ୍ଷୁ ଓ ଆଡିମେଟ୍ରି ଭଳି ୭ ଟି ବିଭାଗର ବିଶେଷଜ୍ଞ ଡାକ୍ତରମାନେ ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ସେମାନଙ୍କୁ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ । ଏହାସହିତ ରୋଗୀମାନଙ୍କୁ ମାଗଣା ଔଷଧ ମଧ୍ୟ ପ୍ରଦାନ କରାଯାଇଥିଲା । ଟାଟା ଷ୍ଟିଲ ମାଇନିଂ ବିଭାଗର ବରିଷ୍ଠ ପ୍ରବନ୍ଧକ ଶ୍ରୀ ଏସ୍ ଏସ୍ ମିଶ୍ର ଏହି ଶିବିରକୁ ଉଦଘାଟନ କରିଥିବାବେଳେ ଗୋମାଡି ଡେଲୋମାଇଟ ଶ୍ରମିକ ସଂଘର ପଦାଧିକାରୀ ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ ।

Share in top social networks!