ଆଗଲପୁରରେ କିଡନୀ ରୋଗରେ ୪ବର୍ଷରେ ୨୮ମଲେଣି ମୁଖ୍ୟଶାସନ ସଚିବଙ୍କୁ ଏବଏଚଆରସି ଙ୍କ ରିପୋର୍ଟ ତଲବ

MAP-9
ମାତ୍ରାଧିକ ଫ୍ଲୋରାଇଡ ଥିବା ପାନୀୟ ଜଳ ପିଇ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ବିଭିନ୍ନ ଗାଁରେ କୀଡନୀ ଜନିତ ରୋଗରେ ଅନେକ ଲୋକଙ୍କ ମୃତ୍ୟୁ ହେବା ଘଟଣାକୁ ଜାତୀୟ ମାନବାଧିକାର କମିଶନ ଅତି ଗୁରୁତର ସହ ନେଇଛନ୍ତି । ଚାରି ସପ୍ତାହରେ ଏ ସମ୍ପର୍କରେ ତଦନ୍ତ କରି ବିସ୍ତ୍ରୁତ ରିପୋର୍ଟ ଦେବାକୁ କମିଶନ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବଲାଙ୍ଗୀର ଆଗଲପୁର ପଞ୍ଚାଯତ ବ୍ଲକ ଅନ୍ତର୍ଗତ ବେନ୍ଦ୍ରା ପଞ୍ଚାୟତର ରାମପୁର ଓ ଧଅଂରାଦାଦର ଏବଂ ଝରନିପାଲି ପଞ୍ଚାୟତ ର ଅଦେନଡ଼ୁଙ୍ଗୁରୀ ଗାଁରେ ମାତ୍ରାଧିକ ଫ୍ଲୋରାଇଡ ଥିବା ପଣି ପିଇ ଚାରିବର୍ଷ ମଧ୍ୟରେ ୨୮ ଜଣଙ୍କର ମୃତ୍ୟୁ ଘଟିଲାଣି ବୋଲି ଅଭିଯୋଗ କରି ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଜାତୀୟ ମାନବାଧିକାର କମିଶନରେ ପିଟିସନ ଦାୟର କରିଥିଲେ । ଏବେବି ଅନେକ କୀଡନୀ ରୋଗରେ ଆକ୍ରାନ୍ତ ଅଛନ୍ତି । ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ଅବଗତ ଥିଲେ ମଧ୍ୟ ସେଠାରେ ଏ ପର୍ଯ୍ୟନ୍ତ ଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ବିଫଳ ହୋଇଛି । ଫଳରେ ଏହି ମାରାତ୍ମକ ରୋଗ ରେ ଆଉ କିଛି ଜୀବନ ଯିବାର ଆଶଙ୍କା ଦେଖାଯାଇଛି । ଦୂଷିତ ପାନୀୟଜଳ ପିଇ ଓ ଚିକିତ୍ସା ସୁବିଧା ନ ପାଇ ଗରିବ ପରିବାରର ଲୋକେ ପ୍ରାଣ ହରାଇବା ମାନବିକ ଅଧିକାରର ଖୋଲା ଉଲଂଘନ ବୋଲି ଆବେଦନକାରୀ ଯୁକ୍ତି କରିଥିଲେ । କମିଶନ ଏହାକୁ ଗୁରୁତର ସହ ବିଚାର କରି ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ୍ ଜାରି କରିବା ସହ ଚାରି ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Share in top social networks!