ପ୍ରଖ୍ୟାତ ଅଭିନେତା ଶରତ ପୂଜାରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

images
ଓଡିଶା ସଂଗୀତ ନାଟକ ଏକାଡ଼େମୀର ସଭାପତି,ପ୍ରଖ୍ୟାତ ଅଭିନେତା ତଥା ଶିକ୍ଷାବିତ୍ ଶରତ ପୂଜାରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ଶ୍ରୀ ପଟ୍ଟନାୟକ ସ୍ଵର୍ଗତ ପୂଜାରୀଙ୍କୁ ଓଡିଆ ଚଳଚିତ୍ର ଜଗତର ଅନିର୍ବାଣ ଦୀପଶିଖା ଭାବରେ ବର୍ଣ୍ଣନା କରିଛନ୍ତି । ତାଙ୍କର ଉଚ୍ଚକୋଟୀର ଓ ହୃଦୟସ୍ପର୍ଶୀ ଅଭିନୟ ଓଡିଆ ଚଳଚିତ୍ର ଜଗତକୁ ଗୌରବାନ୍ଵିତ କରିଛି । ତାଙ୍କର ବିୟୋଗ ଓଡିଶାର ସାଂସ୍କୃତିକ ଜଗତରେ ଏକ ବିରାଟ ଶୂନ୍ୟତା ସୃଷ୍ଟି କରିଛି । ଶରତ ପୂଜାରୀଙ୍କ ବିୟୋଗରେ ରାଜ୍ୟ ଜଣେ ପ୍ରତିଭାବାନ କଳାକାର ଓ ବିଶିଷ୍ଟ ଶିକ୍ଷାବିତ୍ ଙ୍କୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି । ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହିତ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ଆତ୍ମାର ସଦଗତି କାମନା କରିଛନ୍ତି ।

Share in top social networks!