ଭବାନୀ ବାବୁ ଜଣେ ଭଲ ମଣିଷ

Bhabani Pattnaik (2)ସ୍ଵାମୀ ଦୟାନନ୍ଦ ସର୍ଭିସ ମିଶନ ,ରାଜ୍ୟ ତୃଣମୂଳ କଂଗ୍ରେସ ଓ ମହାତାବ ଏକାଡ଼େମୀର ମିଳିତ ଆନୁକୁଲ୍ୟରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ପୂର୍ବତନ ସାଂସଦ ଓ ବିଶିଷ୍ଟ ସମାଜସେବୀ ଶ୍ରୀ ଭବାନୀଚରଣ ପଟ୍ଟନାୟକଙ୍କ ୯୩ ତମ ସ୍ଵନକ୍ଷତ୍ର ଉତ୍ସବ ୟୁନିଟ୍ -୯ ଫ୍ଲାଟ, ଭୁବନେଶ୍ଵର ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଶ୍ରୀ ପଟ୍ଟନାୟକଙ୍କ ଦୀର୍ଘଦିନ କାମନା କରି ଏକ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଉତ୍ସବର ଉଦଘାଟନ କରି ପୂର୍ବତନ ବାଚସ୍ପତି ଶରତ କୁମାର କର କହିଲେ ଯେ ଭବାନୀ ବାବୁ ଜଣେ ଭଲ ମଣିଷ ,ନୀରବ ଦେଶ ସେବକ,ନୀତିନିଷ୍ଠ ରାଜବେତା ଥିଲେ ।ତାଙ୍କ ଠାରୁ ଯୁବପିଢି ବହୁତ ଶିଖିବାର ଅଛି । ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ କଂଗ୍ରେସ ନେତା ଅନନ୍ତ ପ୍ରସାଦ ସେଠୀ,ପୂର୍ବତନ କୁଳପତି ଡଃ ବିମଳେନ୍ଦୁ ମହାନ୍ତି,ନରେନ୍ଦ୍ର କୁମାର ମିଶ୍ର,ବରିଷ୍ଠ ସାମ୍ବାଦିକ ବସନ୍ତ କୁମାର ଦାସ,ବିଜୁ ପଟ୍ଟନାୟକ କମ୍ପ୍ୟୁଟର ଏକାଡେମୀର ଅଧ୍ୟକ୍ଷ ସୀତା ବଲ୍ଲବ ମହାପାତ୍ର ଓ ସମ୍ପାଦକ ଶ୍ରୀକାନ୍ତ ପ୍ରସାଦ ସାମନ୍ତରାୟ ,ସ୍ଵେଚ୍ଛା ସେବୀ ଜୟନ୍ତୀ ସାହୁ ପ୍ରମୁଖଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉତ୍ସବରେ ଯୋଗ ଦେଇ ଭବାନୀ ବାବୁଙ୍କ ଦୀର୍ଘଜୀବନ କାମନା କରିଥିଲେ ।

Share in top social networks!