ମହିଳା ସ୍ୱାସ୍ଥ୍ୟକର୍ମୀ ପଦ୍ମାବତୀ ପାଇବେ ଫ୍ଲୋରେନ୍ସ ନାଇଟଙ୍ଗଲ ପୁରସ୍କାର

odisha-map1ମଣିଷର ଇଛାଶକ୍ତି,କାମ କରିବାର କୌଶଳ ଅସାଧ୍ୟକୁ ସାଧନ କରିବା ସହିତ ତାକୁ ସଫଳତାର ସହିତ ତାକୁ ସଫଳତାର ଶିଖରରେ ପହଞ୍ଚାଇଥାଏ । ସେହିପରି ଜଣେ ମହିଳା ସ୍ୱାସ୍ଥ୍ୟ କର୍ମୀ ହେଉଛନ୍ତି ପଦ୍ମାବତୀ ମେହେର । ଶ୍ରୀମତୀ ମେହେର ତାଙ୍କର କାର୍ଯ୍ୟ ଦକ୍ଷତା,କର୍ତ୍ତବ୍ୟ ପରାୟଣତା,ନିଷ୍ଠା ଓ ଆନ୍ତରିକତା ପାଇଁ ୨୦୧୩-୧୪ ବର୍ଷରେ ଫ୍ଲୋରେନ୍ସ ନାଇଟଙ୍ଗଲ ପୁରସ୍କାର ପାଇବା ନିମନ୍ତେ ମନୋନୀତ ହୋଇଛନ୍ତି । ସମ୍ପ୍ରତ୍ତି ଶ୍ରୀମତୀ ମେହେର ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ଯୋଗୀମୁଣ୍ଡା ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି । ୨୦୧୦ ରୁ ଏ ପର୍ଯ୍ୟନ୍ତ ପ୍ରାୟ ୧୩୦୦ରୁ ଅଧିକ ସଂବେଦନଶୀଳ ଆସନ୍ନ ପ୍ରସବା ଗର୍ଭବତୀ ମହିଳା ଙ୍କର ବିନା ଅସ୍ତ୍ରପଚାରରେ ପ୍ରସବ କରାଇ ପାରିଛନ୍ତି । ଏହା ବ୍ଯତୀତ ପ୍ରତି ମାସରେ ହାରାହାରି ୫୦ ଜଣ ଗର୍ଭବତୀ ମହିଳାଙ୍କୁ ଆନୁଷ୍ଠାନିକ ଭାବରେ ପ୍ରସବ ଏବଂ ପ୍ରସବ ପରବର୍ତ୍ତୀ ସହାୟତା ପ୍ରଦାନ କରୁଛନ୍ତି । ଏଥି ସହିତ ଗ୍ରାମାଞ୍ଚଳ ଲୋକଙ୍କ ନିକଟରେ ସାର୍ବଜନୀନ ଟୀକାକରଣ ସମେତ ସ୍ଵାସ୍ଥ୍ୟସେବାର ବିଭିନ୍ନ କାର୍ଯ୍ୟକ୍ରମକୁ ପହଞ୍ଚାଇ ସ୍ୱାସ୍ଥ୍ୟ ସଚେତନ କରିବା ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରି ସମସ୍ତଙ୍କ ଦ୍ଵାରା ଆଦୃତ ଓ ପ୍ରଶଂସା ର ପାତ୍ର ହୋଇ ଅନ୍ୟମାନଙ୍କ ନିମନ୍ତେ ଏକ ଉଦାହରଣ ହୋଇପାରିଛନ୍ତି । ଶ୍ରୀମତୀ ମେହେର ତାଙ୍କର ଏହି ସେବା ମନୋଭାବ, ନିଷ୍ଠା ଓ ଆନ୍ତରିକତା ନିମନ୍ତେ ଅନେକ ପୁରସ୍କାର ରେ ପୁରସ୍କୃତ ହୋଇଛନ୍ତି । ବର୍ତ୍ତମାନ ସେ ନର୍ସିଙ୍ଗ ସେବାର ସର୍ବୋଚ୍ଚ ସ୍ଵିକୃତି ଫ୍ଲୋରେନ୍ସ ନାଇଟାଙ୍ଗଲ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ଆସନ୍ତା ୧୪ ତାରିଖ ଦିନ ଦିଲ୍ଲୀଠାରେ ଶ୍ରୀମତୀ ମେହେର ଭାରତର ମହାମହିମ ରାଷ୍ଟ୍ରପତି ଡକ୍ଟର ପ୍ରଣବ ମୁଖାର୍ଜୀ ଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିବାକୁ ଯାଉଛନ୍ତି ।

Share in top social networks!