ଜମାରାଶି ଫେରସ୍ତ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ

MAP-11ଆଜି ଆର୍ଥିକ ସଂସ୍ଥାମାନଙ୍କ ଦ୍ଵାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମାଉସୀମା ମନ୍ଦିର ପ୍ରାଙ୍ଗଣ,ଭୁବନେଶ୍ଵର ଠାରେ ଅନୁଷ୍ଠିତ ହୋଇ ଠକ ସଂସ୍ଥାମାନେ ଜମାକାରୀଙ୍କୁ ଠକାଇଥିବା ଅର୍ଥ ଫେରସ୍ତ ପର୍ଯ୍ୟନ୍ତ ଲଗାତାର ରାଜ୍ୟବ୍ୟାପୀ ଜମାକାରୀ ଆନ୍ଦୋଳନ ଚଲାଇ ରଖିବା ପାଇଁ ସର୍ବସମ୍ମତ ନିଷ୍ପତ୍ତି ହୋଇଅଛି । ଓଡିଶାରେ କଲେକ୍ଟିଭ ଇନଭେଷ୍ଟମେଣ୍ଟ ସ୍କିମ୍ ମାଧ୍ୟମରେ ଅନ୍ୟୁନ ୪୦ ଲକ୍ଷ ପରିବାରରୁ ଜମାରାଶି ନେଇ ଠକାଇଥିବା ଘଟଣାରେ ୪୪ଟି ବଡବଡ କମ୍ପାନୀର ଠକାମିର ଏଥିରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପୃକ୍ତି ଉପରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ର ତଦନ୍ତ ପାଇଁ ମାନ୍ୟବର ସୁପ୍ରିମକୋର୍ଟ ଙ୍କ ରାୟକୁ ସ୍ଵାଗତ କରାଯାଇଛି । ନିର୍ଦ୍ଦିଷ୍ଟ ସମୟରେ ମାନ୍ୟବର ସୁପ୍ରିମକୋର୍ଟ ଙ୍କ ତତ୍ତ୍ଵାବଧାନରେ ସିବିଆଇ ତଦନ୍ତ ହେଲେ ତଦନ୍ତର ସ୍ଵଚ୍ଛତା ଓ ଉତ୍ତରଦାୟିତ୍ଵ ରହିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି । ରାଜ୍ୟର ୪୦ ଲକ୍ଷ ଜମାକାରୀ ଏକ କମ୍ପାନୀ ଏକ ଜିଲ୍ଲା ଭିତ୍ତିରେ ବୈଠକ କରାଯାଇ ଜାତୀୟ ଖାଉଟି ଅଦାଲତରେ ଜମାରାଶିର ଦାବି ଉପସ୍ଥାପନ କରିବାକୁ ନିସ୍ପତି ହୋଇଅଛି । ଏହି ବୈଠକରେ ମିଳିତ ମଞ୍ଚର ଆବାହକ ଜୟନ୍ତ ଦାସ,ଯୁଗ୍ମ ଆବାହକ ସର୍ବଶ୍ରୀ ଜୟକୃଷ୍ଣ ଦାଶ ,ମଧୁସୂଦନ ବିଶ୍ଵାଳ,ବିନୋଦ ମାଝୀ,ରାଜୀବ ପଟ୍ଟନାୟକ,କଳ୍ପତରୁ ଖୁଣ୍ଟିଆ,ସଂଜୀବ ଆଚାର୍ଯ୍ୟ,କ୍ଷିତିଶ ପାଣିଗ୍ରାହୀ,ଅନୁରାଧା ଶୁବୁଦ୍ଧି,ତ୍ରିନାଥ ପଣ୍ଡା,ପ୍ରମୋଦ ନାୟକ,ମିହିର ଜ୍ୟୋତି ସାହୁ,ଅମୀୟ ଦାଶ,ଦିଲ୍ଲୀପ ମିଶ୍ର,ରାମଚନ୍ଦ୍ର ସୋରେନ୍,ଉମେଶ ନାୟକ,ପ୍ରଶାନ୍ତ କୁମାର ସାହୁ, ପ୍ରଦୀପ୍ତ ଭଞ୍ଜଦେଓ ପ୍ରମୁଖ ପ୍ରସ୍ତାବ ଆଗତ କରିଥିଲେ । ଏହି ବୈଠକରେ ସୁପ୍ରିମକୋର୍ଟ ର ଆବେଦନକାରୀ ଆଲୋକ ଜେନା ଏବଂ ସୂଚନା ଅଧିକାର ନେତାଙ୍କ ସମେତ ୩୦ ଟି ଜିଲ୍ଲାର ପ୍ରତିନିଧୀମାନେ ଉପସ୍ଥିତ ଥିଲେ ।

Share in top social networks!