ଏସ୍.ସି.ବି ମେଡିକାଲ କଲେଜ ଓ ହସପିଟାଲ ଶଯ୍ୟା ସଂଖ୍ୟା ୧୨୨୭ କୁ ବୃଦ୍ଧି

MAP-14
କଟକ ଏସ୍.ସି.ବି ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ୧୨୦ଟି ଅତିରିକ୍ତ ଶଯ୍ୟା ମଞ୍ଜୁର ହୋଇଛି । ଫଳରେ ଏଠାରେ ଶଯ୍ୟା ସଂଖ୍ୟା ୧୨୨୭କୁ ବୃଦ୍ଧିପାଛି । ୧୯୩୩ମସିହାରେ ଏହି ସ୍ୱାସ୍ଥ୍ୟ ଅନୁଷ୍ଠାନରେ ୨୧୫ଟି ଶଯ୍ୟା ଥିଲା । ଦେଶର ଅନ୍ୟତମ ଏହି ସମ୍ମାନ ଜନକ ସ୍ୱାସ୍ଥ୍ୟ ଅନୁଷ୍ଠାନରେ କ୍ରମ ବର୍ଦ୍ଧିଷ୍ଣୁ ରୋଗୀ ସଂଖ୍ୟାକୁ ଦୃଷ୍ଟିରେ ରଖି ପର୍ଯ୍ୟାୟ କ୍ରମରେ ସରକାର ଶଯ୍ୟା ସଂଖ୍ୟା ବୃଦ୍ଧି କରି ଚାଲିଛନ୍ତି । ବର୍ତ୍ତମାନ `୧୧୦୭ ଟି ଶଯ୍ୟା ଥିବା ବେଳେ ଏଥିରେ ଆଉ ୧୨୦ ଟି ଶଯ୍ୟା ମଞ୍ଜୁର କରାଯାଇଛି । ଏମ୍.ବି.ବିଏସ୍ ରେ ସିଟ୍ ସଂଖ୍ୟା ୨୫୦ ଟି ହୋଇଛି । ଏଠାରେ ଶିକ୍ଷା ଦାନ ବ୍ୟବସ୍ଥାର ଉନ୍ନତି ଆଣିବା ପାଇଁ ୩୬ଟି ନୂତନ ଅଧ୍ୟାପନା ପଦବୀ ସୃଷ୍ଟି କରାଯାଇଛି । ଏହି ମେଡିକାଲରେ ୫୦ଟି ଆଇ.ସି.ୟୁ ଶଯ୍ୟା ଉପଲବ୍ଧ ଅଛି । ତେବେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଉ ଅଧିକ ୫୦ଟି ଆଇ.ସି.ୟୁ ବେଡ୍ ବ୍ୟବସ୍ଥା କରାଯାଉଛି । ସେହିପରି କଟକ ଶିଶୁ ଭବନର ବିକାଶ ତଥା ଉନ୍ନତି କରଣ ପାଇଁ ସ୍ଵତନ୍ତ୍ର ପଦକ୍ଷେପ ରହଣ କରାଯାଇଛି । ବର୍ତ୍ତମାନ ଏଠାରେ ୪୫୦ଶଯ୍ୟା ରହିଛି ଏବଂ ଆଉ ଅଧିକ ୨୦୦ ଶଯ୍ୟା ବ୍ୟବସ୍ଥା କରାଯିବ । ନବଜାତଙ୍କ ଚିକିତ୍ସା ପାଇଁ ଏସ୍.ଏନ୍.ସି.ୟୁ ବା ଶିଶୁ ମାନଙ୍କ ପାଇଁ ସ୍ଵତନ୍ତ୍ର ଆଇ.ସି.ୟୁ ରେ ୨୪ଟି ଶଯ୍ୟା ରହିଛି । ଶିଶୁ ଭବନର ଶଯ୍ୟା ବୃଦ୍ଧି,ଏସ୍.ଏନ୍.ୟୁରେ ଅଧିକ ଶଯ୍ୟା ବ୍ୟବସ୍ଥା ଆଦିକୁ ଦୃଷ୍ଟିରେ ରଖି ସରକାର ୧୦୦ ନୂତନ ଷ୍ଟାଫ ନର୍ସ ପଦବୀ ସୃଷ୍ଟି କରିଛନ୍ତି ।ଶିଶୁ ଭବନକୁ ଦେଶର ଅନ୍ୟତନ ଶ୍ରେଷ୍ଠ ଶିଶୁ ଚିକିତ୍ସା ସ୍ୱାସ୍ଥ୍ୟ ଅନୁଷ୍ଠା ପରିଣତ କରିବା ଦିଗରେ ସ୍ଵତନ୍ତ୍ର ଭାବେ ଯୋଜନା ପ୍ରସ୍ତୁତ କରାଯାଇ ଉଦ୍ୟମ ଜାରି ରହିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ପ୍ରକାଶ ।

Share in top social networks!
Powered By Indic IME