ବରିଷ୍ଠ ସାମ୍ବାଦିକ ଜଗବନ୍ଧୁ ମିଶ୍ର ପାଇବେ ନାରଦ ସମ୍ମାନ

MAP-2
ସାମ୍ବାଦିକ କ୍ଷେତ୍ରରେ ନିରବଚ୍ଛିନ୍ନ ସାଧନାକରି ଏକ ଭିନ୍ନ ଭିନ୍ନମଣିଷର ପରିଚୟ ସୃଷ୍ଟି କରିବା ସହ ତଥା ଯୁକ୍ତ ସମ୍ବାଦ ପ୍ରକାଶ କରି ନିଜର ଦକ୍ଷତାର ପରିଚୟ ଦେଇଥିବାରୁ ବରିଷ୍ଠ ସାମ୍ବାଦିକ ଶ୍ରୀ ଜଗବନ୍ଧୁ ମିଶ୍ରଙ୍କୁ ବିଶ୍ଵ ସମ୍ବାଦ କେନ୍ଦ୍ର ଓଡିଶା ତରଫରୁ ନାରଦ ସମ୍ମାନ-୨୦୧୪ ପ୍ରଦାନ କରାଯିବ ବୋଲି ସଂଗଠନର ରାଜ୍ୟ ସଭାପତି ଶ୍ରୀ ରଘୁନାଥ ପତି ପ୍ରକାଶ କରିଛନ୍ତି । ଶ୍ରୀ ପତି ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କାରିଛନ୍ତି ଯେ,ଶ୍ରୀ ମିଶ୍ର ଚିନ୍ତନ,ମନନ ଓ ସୃଜନର ରାଷ୍ଟ୍ରବାଦୀ ବିଚାର ବେଶ ସ୍ପାର୍ଦ୍ଧିତ,ଓଡିଆ ସାମ୍ବାଦିକତାରେ ରାଷ୍ଟ୍ରୀୟତା,ବକ୍ତବ୍ୟରେ ସ୍ଵତନ୍ତ୍ରତା,ବିଚାର ପ୍ରକାଶରେ ସ୍ପଷ୍ଟତା ନିମନ୍ତେ ସେ ସବୁଠି ପରିଚିତ । ‘ରାଷ୍ଟ୍ରଦୀପ’ର ସମ୍ପାଦନରେ ତାଙ୍କର ସାଙ୍ଗଠନିକ ନେତୃତ୍ଵ ଯେପରି ପ୍ରମାଣିତ,ମୌଳିକ ରଚନା,ଅନୁବାଦରୁ ସମୀକ୍ଷା ଯାଏଁ ସମସ୍ତ କ୍ଷେତ୍ରରେ ତାହାଙ୍କ ଦକ୍ଷତା ଯେପରି ଉତ୍କୀର୍ଣ୍ଣ । ବିଶ୍ଵ ସମ୍ବାଦ କେନ୍ଦ୍ର ଓଡିଶା ତରଫରୁ ରାଜ୍ୟସ୍ତରୀୟ ଦ୍ଵାଦଶ ନାରଦ ସମ୍ମାନ ଉତ୍ସବ ଆସନ୍ତା ୧୫ମଇ ୨୦୧୪ ରିଖ ବ୍ଗୁରୁବାର ଦିନ ଭୁବନେଶ୍ଵରସ୍ଥ ରାଜ୍ୟ ଶିଳ୍ପ ଉନ୍ନୟନ ନିଗମ ପ୍ରେକ୍ଷାଳୟରେ ସନ୍ଧ୍ୟା ୬ ରେ ଅନୁଷ୍ଠିତ ହେବ । ଏହି ଉତ୍ସବର ଓଡିଶାର ଅବସରପ୍ରାପ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଗୋପାଳ ଚନ୍ଦ୍ର ନନ୍ଦ ମୁଖ୍ୟ ଅତିଥି ତଥା ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଉତ୍କଳ ପ୍ରାନ୍ତ ସଙ୍ଘଚାଳକ ମାନନୀୟ ବିପିନ ବିହାରୀ ନନ୍ଦ ମୁଖ୍ୟ ବକ୍ତା ଭାବେ ଯୋଗଦେବେ ବୋଲି ବିଶ୍ଵ ସମ୍ବାଦ କେନ୍ଦ୍ରର ସଭାପତି ଶ୍ରୀ ରଘୁନାଥ ପତି ପ୍ରକାଶ କରିଛନ୍ତି ।

Share in top social networks!