ଦାବି ପୂରଣ ନ ହେଲେ ରାସ୍ତାକୁ ଓହ୍ଲାଇବେ ଡିପ୍ଲୋମା ଇଞ୍ଜିନିୟର

MAP-10ଓପିଟିସିଏଲ୍ ଏବଂ ବିଦ୍ୟୁତ୍ ବିତରଣକାରୀ କମ୍ପାନୀ ଅଧୀନରେ କାର୍ଯ୍ୟକରୁଥିବା ସମସ୍ତ ଡିପ୍ଲୋମା ଇଞ୍ଜିନିୟର ମାନଙ୍କ ପ୍ରତି କର୍ତ୍ତୃପକ୍ଷ କ୍ରୂର ମନୋଭାବ ପୋଷଣ କରୁଥିବା ଅଭିଯୋଗ ହୋଇଛି । ଫଳରେ ଦାବି ପୁରଣ ନ ହେଲେ ରାଜ୍ୟରେ ସମସ୍ତ ଡିପ୍ଲୋମା ଇଞ୍ଜିନିୟରମାନେ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଏ ନେଇ ଶନିବାରଦିନ ଏକ କାର୍ଯ୍ୟକାରିଣୀ ବୈଠକରେ ଆଲୋଚନା ହୋଇଥିବା ସଂଘର ସଭାପତି ବଳରାମ ପ୍ରସାଦ ବସୁ ମଲ୍ଲିକ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି । ସେ କହିଛନ୍ତି ଯେ ୧୯୬୯ ରୁ ପ୍ରତି ୫ ବର୍ଷର ବେତନ ପୁନଃ ନିର୍ଦ୍ଧାରଣ କରିବା,୨୦୦୬ ରୁ ତିନୋଟି ଗ୍ରେଡରେ ଲାଗୁ ହେଉଥିବା ସମାନ ଦରମାରେ ତାରତମ୍ୟ ସୃଷ୍ଟି କରିବା ଏବଂ ପଦୋନ୍ନତି କ୍ଷେତ୍ରରେ କର୍ତ୍ତୃପକ୍ଷ ଚରମ ଅବହେଳା ପ୍ରଦର୍ଶନ କରୁଛନ୍ତି । ଗତ ଫେବୃୟାରୀ ୨୪ ତାରିଖରେ ଏ ନେଇ ସଂଘ ତରଫରୁ ଓପିଟିସିଏଲ୍ କର୍ତ୍ତୃପକ୍ଷ ଙ୍କୁ ଏକ ସ୍ମାରକ ପତ୍ର ଦିଆଯାଇଥିଲା । ସେହି ସମୟରେ ମାନବ ସମ୍ବଳ ଅଧିକାରୀଙ୍କୁ ଅଧ୍ୟକ୍ଷ ଡିପ୍ଲୋମା ଇଞ୍ଜିନିୟର ମାନଙ୍କ ସମସ୍ୟା ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ କହିବା ସତ୍ତ୍ୱେ ଓପିଟିସିଏଲ୍ ଓ ମାନବସମ୍ବଳ ଅଧିକାରୀ ଜାଣିଶୁଣି ଏହାକୁ ବିଳମ୍ବ କରୁଛି ।

Share in top social networks!