ଓଡିଶା ସରକାର ଖୋଲିବ ୫ ସ୍ଵତନ୍ତ୍ର ବିଏଡ୍ କଲେଜ୍

ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷକତା ବୃତ୍ତି ପ୍ରତି ଆକର୍ଷିତ କରିବା ସହ ସେଥିପାଇଁ ଆବଶ୍ୟକ ତାଲିମ୍ ଦେବା ଉଦ୍ଦେଶ୍ୟ ରେ ରାଜ୍ୟ ରେ ୫ଟି ସରକାରୀ ସ୍ଵତନ୍ତ୍ର ବିଏଡ୍ ତାଲିମ୍ କଲେଜ ଖୋଲାଯିବ | ଅନୁସୂଚିତ ଜନଜାତି ଜାତି ଉନ୍ନୟନ ବିଭାଗ ଏସବୁ କଲେଜର ଭିତ୍ତିଭୂମି ତଦାରଖ କରିବ |

ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧିନସ୍ଥ ଏସ୍.ସି.ଇ.ଆର୍.ଟି କଲେଜର ଶିକ୍ଷା ଓ ପରିଚାଳନା ଭାର ତୁଲାଇବ | ଦୁଇ ବିଭାଗର ମିଳିତ ଭାଗୀଦାରିରେ ମାଲକାନଗିରି, ନବରଙ୍ଗପୁର, ରାୟଗଡା, ମୟୂରଭଞ୍ଜ ଓ ସୁନ୍ଦରଗଡ ଜିଲ୍ଲାରେ ପର୍ଯ୍ୟାୟକ୍ରମେ ଏହି ୫ଟି ତାଲିମ୍ କଲେଜ୍ ଖୋଲାଯିବ | ପ୍ରତି କଲେଜରେ ଶହେ ଜଣ ଲେଖାଏଁ ଛାତ୍ର ଛାତ୍ରୀ ବିଏଡ୍ ତାଲିମ୍ ନେବାର ବ୍ୟବସ୍ଥା ରହିବ | ତେବେ ୫୦ ପ୍ରତିଶତ ଆସନ ସଂପୃକ୍ତ ଜିଲ୍ଲାର ଏସ୍.ଟି.ଏସ୍.ସି ବର୍ଗର ପ୍ରାଥିଙ୍କ ନିମନ୍ତେ ସରଂକ୍ଷିତ ରହିବ |

odisha-map14ଚଳିତ ଆର୍ଥିକ ବର୍ଷରେ ମାଲକାନଗିରି ଠାରେ କଲେଜ କାମ ଆରମ୍ଭ ହୋଇସାରିଥିବା ବେଳେ ଅନ୍ୟ ୪ଟିର କାମ ପର୍ଯ୍ୟାୟ କ୍ରମେ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଥିବା ଏସ୍.ଟି.ଏସ୍.ସି ଉନ୍ନୟନ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି |

Share in top social networks!