ଶ୍ରୀମଦ ଭଗବଦ୍ ଗୀତା ବିଦ୍ୟାମନ୍ଦିରର ୫ଜଣ ଛାତ୍ରଛାତ୍ରୀ ପାଇଲେ ବୃତ୍ତି

MAP-14
ଭୁବନେଶ୍ଵର ବ୍ଲକ ଏଜୁକେସନ ଅଫିସର ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ନୟାପଲ୍ଲୀ ଆଇଆରସି ଭିଲେଜ ସ୍ଥିତ ଶ୍ରୀମଦ ଗୀତା ବିଦ୍ୟାମନ୍ଦିରର ପାଞ୍ଚ ଜଣ ଛାତ୍ରଛାତ୍ରୀ ସଫଳତା ଲାଭ କରିଛନ୍ତି । ଭୁବନେଶ୍ଵର ମହାନଗର ନିଗମର ବିଷ୍ଣୁପ୍ରିୟା ଦାଶ ପ୍ରଥମ ସ୍ଥାନ ଲାଭ କରିଥିବା ବେଳେ ଓମ୍ ଦିବ୍ୟରଞ୍ଜନ ପ୍ରଧାନ ଦ୍ଵିତୀୟ,ଇତିଶ୍ରୀ ନାୟକ ତୃତୀୟ ସ୍ଥାନ ହାସଲ କରିଛନ୍ତି । ସେହିପରି ସୌମ୍ୟା ସ୍ମିତା ମହାପାତ୍ର ଓ ଆଶିଷ କୁମାର ନାୟକ ପ୍ରାଥମିକ ବୃତ୍ତି ପାଇଁ ଯୋଗ୍ୟ ବିବେଚିତ ହେବା ସହ ଭଗବତ ଗୀତା ବିଦ୍ୟାମନ୍ଦିରକୁ ଗୌରବମଣ୍ଡିତ କରିଛନ୍ତି । ତେଣୁ ଶ୍ରୀମଦ ଭାଗବତ ଗୀତା ବିଦ୍ୟାମନ୍ଦିର ପରିଚାଳନା ସଂପାଦକ ସାମରେନ୍ଦ୍ର କୁମାର ଜେନା ବିଦ୍ୟାମନ୍ଦିର ର ଗୁରୁଜୀଗୁରୁମା,ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ଏହାର ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

Share in top social networks!