ମଇ ୧୬ ତାରିଖ ଭୋଟ ଗଣତି ପାଇଁ ବ୍ୟାପକ ପ୍ରସ୍ତୁତି

Chief-Election-Commissioner
ସମଗ୍ର ଦେଶରେ ଆସନ୍ତା ମଇ ୧୬ ତାରିଖ (ଶୁକ୍ରବାର) ଦିନ ଭୋଟ ଗଣତି ହେବା ସହ ରାଜ୍ୟରେ ୬୪ଟି କେନ୍ଦ୍ରର ୧୬୦ଟି ହଲରେ ୧୨,୦୦୦ କର୍ମଚାରୀଙ୍କ ଦ୍ଵାରା ଏହି ସାମ୍ବିଧାନିକ ପ୍ରକ୍ରିୟାଟି ସମ୍ଭବ ହେବ । କାମିଶନଙ୍କ ନିର୍ଦ୍ଦେଶାବଳି ଅନୁସାରେ ଭୋଟ ଗଣତି କାର୍ଯ୍ୟ ଯେପରି ନିର୍ଭୁଲ ଓ ନିରେପେକ୍ଷ ଭାବରେ ସମ୍ଭବ ହୋଇପାରିବ ସେଥିପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଡଃ ମୋନା ଶର୍ମା ସମସ୍ତ ରିଟର୍ଣ୍ଣିଂ ଅଫିସରଙ୍କ ସହ ଭିଡିଓ କନଫରେନସିଂ ମାଧ୍ୟମରେ ସମୀକ୍ଷା କରିଛନ୍ତି । ଆସନ୍ତା ୧୨ ତାରିଖରେ ମଧ୍ୟ ନିର୍ବାଚନ କମିଶନ ଦିଲ୍ଲୀରୁ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ବିଧାନସଭା ପାଇଁ ମନୋନୀତ ରିଟର୍ଣ୍ଣିଂଅଫିସରମାନଙ୍କ ସହ vc ମାଧ୍ୟମରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ସୂଚନା ମୁତାବକ ଭୋଟ ଗଣତି ପାଇଁ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗଣତି କେନ୍ଦ୍ରର ୧୦୦ମି ଦୂରରୁ ବ୍ୟାରୀକେଡିଂ କରାଯିବା ସହ ଏହାକୁ ପାଦଚଲା ଜୋନ୍ ଏବଂ ପ୍ରଥମ କର୍ଡନ ଭାବରେ ଚିହ୍ନିତ କରାଯିବ । ପ୍ରଥମ ବାରିକେଡ ଦ୍ଵିତୀୟ ଓ ତୃତୀଯରେ ସ୍ଥାନୀୟ ପୋଲିସ ବାହିନୀ ଓ କେନ୍ଦ୍ରରେ ସଶସ୍ତ୍ର ବାହିନୀକୁ ମୁତୟନ କରାଯିବ । ମହିଳାଙ୍କ ପାଇଁ ମହିଳା ପୋଲିସ ବ୍ୟବସ୍ଥା କରାଯାଇଛି । ଗଣତି କେନ୍ଦ୍ରରେ ସାଧାରଣ ପର୍ଯ୍ୟବେକ୍ଷକ ଙ୍କ ବ୍ଯତୀତ କୌଣସି ଅଧିକାରୀ, ରିଟର୍ଣ୍ଣିଂ ଅଫିସର ,ସାମ୍ବାଦିକ,ପ୍ରାର୍ଥୀ ବା ସେମାନଙ୍କ ଏଜେଣ୍ଟ ମୋବାଇଲ ବ୍ୟବହାର କରିପାରିବେ ନାହିଁବୋଲି କମିଶନର ମୋନା ଶର୍ମା କହିଛନ୍ତି । ସକାଳ ୮ ଟାରୁ ଗ୍ବାତି ଆରମ୍ଭ ହେଉଥିବାବେଳେ ପ୍ରଥମେ ପୋଷ୍ଟର ବାଲାତ ଓ ପରେ ବିଧାନସଭା ପାଇଁ ବ୍ୟବହୃତ ହୋଇଥିବା ଇଭିଏମ୍ ଭୋଟ ଗଣତି କରାଯିବ । ଅପରାହ୍ନରେ ଲୋକସଭା ଆସନର ଭୋଟ ଗଣତି କରାଯିବ । ତେବେ ବିଧାନସଭା ପାଇଁ ୭ଟି ଓ ଲୋକସଭା ପାଇଁ ୭ଟି ଟେବୁଲରେ ଗଣତି କରାଯିବ । ପ୍ରତି ଟେବୁଲରେ ଜଣେ କାଉଣ୍ଟିଂସୁପରଭାଇଜର ,ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ,ଓ ଜଣେ ମାଇକ୍ରୋ ଅବଜଭର ଓ ପ୍ରତି ହଲରେ ଜଣେ ପର୍ଯ୍ୟବେକ୍ଷକ ନିଯୁକ୍ତ ହେବେ । ତେବେ କୌଣସି ନିର୍ବାଚିତ ପ୍ରତିନିଧିଙ୍କୁ ପ୍ରାର୍ଥୀମାନେ ଏଜେଣ୍ଟରୂପେ ନିଯୁକ୍ତ କରିପାରିବେ ନାହିଁ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପ୍ରତ୍ୟେକ ଗଣତି କେନ୍ଦ୍ର ପାଖରେ ମିଡିଆ ସେଣ୍ଟର ପ୍ରତିଷ୍ଠା ହେବ, ଗଣମାଧ୍ୟମ ପ୍ରତିନିଧୀମାନେ ସେହିଠାରୁ ତଥ୍ୟ ସଂଗ୍ରହ ବ୍ୟବସ୍ଥା ହୋଇଛି ।

Share in top social networks!
Powered By Indic IME