କଟକ ଏସ୍.ସି.ବି ମେଡିକାଲ କଲେଜ ଓ ହସପିଟାଲରେ ଏକ ଅସ୍ଥି ବ୍ୟାଙ୍କ ପ୍ରତିଷ୍ଠା କରାଯିବ

Odishan-MAP-11ମପକଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ଏକ ଅସ୍ଥି ବ୍ୟାଙ୍କ ପ୍ରତିଷ୍ଠା କରାଯିବ । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାନା ବିଭାଗ ପ୍ରମୁଖ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହା ବୈଠକ ଅନୁଷ୍ଠିତ ହୋଇଯାଇଛି । ଅସ୍ଥି ବ୍ୟାଙ୍କ ହେଉଛି ଯେଉଁ ଠାରେ ସଂଗୃହିତ ମୂଳଗଣ୍ଡି ବା ଛୋଟ ଦାନା ଅସ୍ଥିକୁ ଜୀବାଣୁ ରହିତ କରାଯାଇ ଭବିଷ୍ୟତରେ ରୋଗୀଙ୍କ ଚିକିତ୍ସା ପାଇଁ ଗଚ୍ଛିତ ରଖାଯାଇଥାଏ । ଏହି ଗଚ୍ଛିତ ଅସ୍ଥିକୁ ଅସ୍ଥି କର୍କଟ,ଟ୍ରାମା ବା ସଂକ୍ରମଣ ଯୋଗୁ ନଷ୍ଟ ହୋଇଯାଇଥିବା ରୋଇଙ୍କ ଚିକିତ୍ସା ପାଇଁ ବ୍ୟବହାର କରାଯାଇଥାଏ । ସଂଗୃହିତ ଜୀବାଣୁ ମୁକ୍ତ ଅସ୍ଥିକୁ ୩ବର୍ଷ ପର୍ଯ୍ୟନ୍ତ ରଖାଯାଇ ପାରିବ । ଏହି ବ୍ୟାଙ୍କରେ ଅସ୍ଥି ଗଚ୍ଛିତ ପାଇଁ ଯନ୍ତ୍ରପାତି ନିମନ୍ତେ ପ୍ରାୟ ୨୫ ଲକ୍ଷ ଟଙ୍କା ଆବଶ୍ୟକ । ଏହି ବ୍ୟାଙ୍କ ପ୍ରତିଷ୍ଠା ହେଲେ ଏହା ଦେଶର ପଞ୍ଚମ ତଥା ପୂର୍ବାଞ୍ଚଳର ପ୍ରଥମ ଅସ୍ଥି ବ୍ୟାଙ୍କ ହେବ । ଏ.ଆଇ.ଆଇ.ଏମ୍.ଏସ୍ ଦିଲ୍ଲୀ,ଏମ୍.ଏମ୍.ସି (ଚେନ୍ନାଇ) ,ଗଙ୍ଗା ହସ୍ପିଟାଲ କୋଇମ୍ବାଟୁର ଏବଂ ମୁମ୍ବାଇ ଟାଟା ମେମୋରିଆଲ ହସ୍ପିଟାଲ ରେ ଏହି ବ୍ୟାଙ୍କ ରହିଛି । ଏସ୍.ସି.ବି ମେଡିକାଲ କଲେଜ ଓ ହସ୍ପିଟାଲ ଅସ୍ଥି ବିଜ୍ଞାନ ବିଭାଗରେ ୨୦୧୨-୧୩ ରେ ଚିକିତ୍ସିତ ହୋଇଥିବା ରୋଗୀଙ୍କ ମଧ୍ୟରୁ ୧୪୪୨ ଜଣଙ୍କର ଅପରେସନ କରାଯାଇଥିଲା । ଯଦି ଅସ୍ଥି ବ୍ୟାଙ୍କ ଥାନ୍ତା ସେମାନଙ୍କ ମଧ୍ୟରୁ ଟ୍ରାମା ଜନିତ ୩୦୨ଜଣ,ସାହ୍ନରାମାନ ଯାଉ ୫୮ଜଣ ଏବଂ ଅସ୍ଥି କର୍କଟ ପାଇଁ ୬୧ ଜଣ ମୋଟ ୪୨୧ଜଣ ରୋଗୀ ଉପକୃତ ହୋଇପାରି ଥାନ୍ତେ । ଏହି ବ୍ୟାଙ୍କ ପ୍ରତିଷ୍ଠା ପାଇଁ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ଡିନ୍ ତଥା ଅଧ୍ୟକ୍ଷକଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି । ସେମାନେ ବ୍ୟାଙ୍କ ପ୍ରତିଷ୍ଠା ନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଥିବା ପ୍ରକାଶ ।

Share in top social networks!