ଆନ୍ତର୍ଜାତୀୟ ଶିଶୁ କୁପୋଷଣ ବିରୁଦ୍ଧରେ ହାତ ବଢାନ୍ତୁ ଏବଂ ଳଢନ୍ତୁ ଗିନିଏସ୍ ବୁକ୍ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ଅମୱେର ପ୍ରୟାସ

MAP-9
ଲୋକମାନଙ୍କୁ ଏକ ଉନ୍ନତ ଜୀବନ ଜାପାନ କରିବା ପାଇଁ ସହାୟତା ଦେବା ଉଦ୍ଦେଶ୍ୟରେ ଆମୱେ ଏହାର ନୂତନ ଅଭିଯାନ “ଆନ୍ତର୍ଜାତୀୟ ଶିଶୁ କୁପୋଷଣ ପାଇଁ ହାତ ବଢାନ୍ତୁ ଏବଂ ଳଢନ୍ତୁ”(ରେଜ୍ ୟୋର ହ୍ୟାଣ୍ଡ,ଫାଇଟ ଗ୍ଲୋବାଲ ଚାଇଲ୍ଡ ମାଲନ୍ୟୁଟ୍ରିସନ)ର ଘୋଷଣା କରିଛି । ଏହି ପଦକ୍ଷେପ ଅନ୍ତର୍ଗତ,ଶିଶୁ କୁପୋଷଣ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ପାଇଁ ଆମୱେ ଅପର୍ଚୁନିଟି ଫାଉଣ୍ଡେସନ (ଏଓଏଫ), “ପାୱାର ଅଫ୍ ଫାଇଭ୍”ନାମକ ଏକ କାର୍ଯ୍ୟକ୍ରମର ଉନ୍ମୋଚନ କରିଛି । ଆମୱେ ବିତରକ ଏବଂ କର୍ମଚାରୀ ଏବଂ ଏନଜିଓ ସହାୟକ ମାନେ ୧୦୫ଟି ସ୍ଥାନରେ ଆନ୍ତର୍ଜାତୀୟ ଭିତ୍ତିଚିତ୍ର ଉପରେ ଏକ ରଙ୍ଗୀନ ହସ୍ତାଚତ୍ରଣ ପ୍ରଦାନ କରିବା ପାଇଁ ଆଗେଇ ଆସିଛନ୍ତି । ପ୍ରତ୍ୟେକ ରଙ୍ଗୀନ ହସ୍ତଚିତ୍ରଣ ନିମନ୍ତେ ଆମୱେ ୧ଆମେରିକୀ ଡଲାର ହିସାବରେ କେୟାର ଇଣ୍ଟର୍ଣ୍ଣାସନାଲକୁ ଅବହେଳିତ ଶିଶୁମାନଙ୍କର ସହାୟତା ନିମନ୍ତେ ମୋଟରେ ୪,୦,୦୦୦ ଆମେରିକୀ ଡଲାର ପ୍ରଦାନ କରିବ ଓ ଅଭଳି କରି ଏଓଏଫ୍ ୩୦,୦୦୦ ହସ୍ତ ଚିତ୍ରଣର ଗିନିଏସ୍ ୱାର୍ଲ୍ଡ ରେକର୍ଡ ଭାଙ୍ଗିବାର ଚେଷ୍ଟା କରିବ । ଆମୱେ ଇଣ୍ଡିଆ ମୁଖ୍ୟକାର୍ଯ୍ୟାଳୟରୁ ଏକ ସୁଚନା ମୁତାବକ ଆମୱେ ଇଣ୍ଡିଆର ଏମଡି ତଥା ସିଇଓ,ଶ୍ରୀ ୱିଲିୟମ ଏସ୍.ପିଙ୍କିନୀ କହିଛନ୍ତି ଯେ, “ଆନ୍ତର୍ଜାତୀୟ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ସମସ୍ଯା ବିପକ୍ଷରେ ସହାୟତା ପାଇଁ ଆମୱେ ସଦା ସର୍ବଦା ଆଗଭର ରୁହେ । ଆମୱେ ଇଣ୍ଡିଆର ପୂର୍ବତନ ଉପାଧ୍ୟକ୍ଷ,ଦିପ୍ତିରାଗ ଭଟାଚାର୍ଜୀ କହିଛନ୍ତି ଯେ, “କୁପୋଷଣ ଭାରତର ଶିଶୁମୃତ୍ୟୁ ହାରର ମୁଖ୍ୟ କାରଣ । ଆମର ଏହି ଅଭିଯାନ ମାଧ୍ୟମରେ ଲୋକମାନେ ଶିଶୁ କିପୋଷଣ ଦୂର କରିବା ପାଇଁ ଆଗେଇ ଆସିବେ ଏବଂ ଏହି ସମସ୍ୟା ବିରୁଦ୍ଧରେ ଲଢିବେ ବୋଲି ଆମର ବିଶ୍ଵାସ । ଆମର ଏହି ସାମୁହିକ ପ୍ରୟାସ ଯୋଗେ ବିଶ୍ଵର ଶିଶୁମାନେ ସେମାନଙ୍କର ୫ମ ଜନ୍ମଦିବସ ଦେଖିପାରିବେ ବୋଲି ଆମର ଆଶା” ।

Share in top social networks!