ଭୁବନେଶ୍ଵର ଅଗ୍ନିବିପନ୍ନଙ୍କୁ ସହାୟତା ପହଞ୍ଚାଇଲା ଭାରତୀୟ ରେଡକ୍ରସ ସୋସାଇଟି,ଓଡିଶା ରାଜ୍ୟ ଶାଖା

ରାଜଧାନୀରେ ମଧ୍ୟଭାଗ ୟୁନିଟ-୪,ନିକଟରେ ଥିବା କର କ୍ଲିନିକ ବସ୍ତି/ମଙ୍ଗଳା ବସ୍ତିରେ ଶୁକ୍ରବାର ତା୨.୫.୨୦୧୪ ରିଖ ପୂର୍ବାହ୍ନରେ ଘଟିଥିବା ଭାୟାବହ ଅଗ୍ନିକାଣ୍ଡରେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ଜଳି ପାଉଁଶ ହୋଇଯାଇଥିବା ବେଳେ ଜନୈକ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇଯାଇଛି ଏବଂ ପାଖାପାଖି ୧୦୧ ରୁ ଊର୍ଦ୍ଧ୍ଵ ପରିବାର ସର୍ବସ୍ଵାନ୍ତ ହୋଇଯାଇଛନ୍ତି । ଏହି ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ପରିବାରବାସୀଙ୍କୁ ଭାରତୀୟ ରେଡକ୍ରସ ଓଡିଶା ରାଜ୍ୟ ଶାଖା ତରଫରୁ ଧୋତି,ଶାଢୀ,ଗାମୁଛା,ରୋଷେଇ ଉପକରଣ ତଥା ବାସନ,ବେଡ ସିଟ ଓ ବାଲଟି ଇତ୍ୟାଦି ସାମଗ୍ରୀ ବଣ୍ଟନ କରାଯାଇଛି । ଅଗ୍ନିକାଣ୍ଡର ଖବର ପ୍ରଚାର ହେବା ପରେ ଭାରତୀୟ ରେଡକ୍ରସ ଓଡିଶା ରାଜ୍ୟ ଶାଖାର ସଦସ୍ୟ,ସ୍ଵେଚ୍ଛାସେବୀ ଏବଂ କର୍ମଚାରୀ ଗଣ ପହଞ୍ଚି ସମସ୍ତ ୧୦୧ ପରିବାରକୁ ତୁରନ୍ତ ସାହାଯ୍ୟ ପ୍ରଦାନ କରିଛନ୍ତି ।

Share in top social networks!