ପିପିଲି ଗଣବଳାତ୍କାର ଘଟଣା : ମାସେ ପରେ ବି ଅଭିଯୁକ୍ତଙ୍କୁ ଧରୁନି ପୋଲିସ ! ଡ଼ିଜିପି ଙ୍କୁ ରିପୋର୍ଟ ମାଗିଲେ ଜାତୀୟ ମାନବାଧିକାର କମିଶନ

pipili victimପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ କମଳା ସାଗର ପାଟଣା ଗାଁର ନବମ ଶ୍ରେଣୀ ଛାତ୍ରୀଙ୍କୁ ଅମାନୁଷିକ ଭାବେ ଗଣବଳାତ୍କାର ସମ୍ପର୍କରେ ଥାନାରେ ଏତଲାଦିଆଯିବାର ମାସେ ପୁରିଲାଣି । କିନ୍ତୁ ଏ ପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ ଧରିବାରେ ପିପିଲି ପୋଲିସ ସଫଳ ହୋଇନାହିଁ ।ବରଂ ଘଟଣାକୁ ଚାପି ଦେବାର ଉଦ୍ୟମ କରୁଥିବା ମାନବାଧିକାର କମିଶନ କର୍ମୀମାନେ ଅଭିଯୋଗ କରିଥିଲେ । ଫଳରେ ନୂଆଦିଲ୍ଲୀସ୍ଥ ଜାତୀୟମାନବାଧିକାର କମିଶନ ଏହି ମାମଲାରେ ହସ୍ତକ୍ଷେପ କରି ପୋଲିସ ଡ଼ିଜିଙ୍କୁ ନୋଟିସ୍ ଜାରି କରିଛନ୍ତି । ଏହି ମାମଲାରେ ପୋଲିସ୍ କାହିଁକି ନୀରବ ବସିଛି,ସେ ସମ୍ପର୍କରେ ଚାରି ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କମିଶନ ଓଡିଶା ପୋଲିସ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏହି ଘଟଣା ସମ୍ପର୍କରେ ମାନବାଧିକାର କମିଶନଙ୍କ ତଦନ୍ତ ବିଭାଗୀୟ ଡ଼ିଜି ଏ ସମ୍ପର୍କରେ ଓଡିଶାର ବିଭିନ୍ନ ଅଧିକାରୀଙ୍କ ଠାରୁ ଟେଲିଫୋନ ମାଧ୍ୟମରେ ତଥ୍ୟ ସଂଗ୍ରହ କରି ମଧ୍ୟ କମିସନଙ୍କୁ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Share in top social networks!