୧୫ମଇରେ ହେବ ରାଜ୍ୟସ୍ତରୀୟ ନାରଦ ସମ୍ମାନ ଉତ୍ସବ

MAP-8ବିଶ୍ଵ ସମ୍ବାଦ କେନ୍ଦ୍ର ଓଡିଶା ତରଫରୁ ରାଜ୍ୟସ୍ତରୀୟ ଦ୍ଵାଦଶ ନାରଦ ସମ୍ମାନ ଉତ୍ସବ ଆସନ୍ତା ୧୫ ମଇ ୨୦୧୪ ତାରିଖ ଗୁରୁବାର ଦିନ ଭୁବନେଶ୍ଵରସ୍ଥ ରାଜ୍ୟ ଶିଳ୍ପ ଉନ୍ନୟନ ନିଗମ (ଇଡିକଲ)ପ୍ରେକ୍ଷାଳୟରେ ସନ୍ଧ୍ୟା ୬.୩୦ମିନିଟ୍ ସମୟରେ ଅନୁଷ୍ଠିତ ହେବ । ଏହି ଉତ୍ସବରେ ଓଡିଶାର ଅବସରପ୍ରାପ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଗୋପାଳ ଚନ୍ଦ୍ର ନନ୍ଦ ମୁଖ୍ୟ ଅତିଥି ତଥା ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଉତ୍କଳ ପ୍ରାନ୍ତ ସଂଘ ଚାଳକ ଶ୍ରୀ ବିପିନ ବିହାରୀ ନନ୍ଦ ମୁଖ୍ୟବକ୍ତା ରୂପେ ଯୋଗ ଦେବେ ବୋଲି ବିଶ୍ଵ ସମ୍ବାଦ କେନ୍ଦ୍ରର ରାଜ୍ୟ ସଭାପତି ଶ୍ରୀ ରଘୁ ରାମ ପତି ପ୍ରକାଶ କରିଛନ୍ତି । ଶ୍ରୀ ପତି ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ଯେ ଏହି ଦିନ ଦେବର୍ଷି ନାରଦଙ୍କ ଜନ୍ମଦିବସ ହୋଇଥିବାରୁ ଅନୁଷ୍ଠାନ ତରଫରୁ ମଧ୍ୟ ନାରଦ ଜୟନ୍ତୀ ପାଳନ କରାଯିବ । ଗଣମାଧ୍ୟମର ବିଶିଷ୍ଟ ବ୍ୟକ୍ତିତ୍ଵଙ୍କୁ ପ୍ରତିବର୍ଷ ବିଶ୍ଵ ସମ୍ବାଦ କେନ୍ଦ୍ର,ଓଡିଶା ତରଫରୁ ଏହି ନାରଦ ଜଯନ୍ତୀରେ ରାଜ୍ୟସ୍ତରୀୟସାମ୍ବାଦିକ ପୁରସ୍କାର ନାରଦ ସମ୍ମାନ ପ୍ରଦାନ କରାଯାଇଥାଏ ।

Share in top social networks!
Powered By Indic IME