‘ପିକକ୍’ ପକ୍ଷରୁ ଶିଶୁଶ୍ରମ ବିରୋଧୀ ଦିବସ ; ଜନ ସଚେତନତା ପାଇଁ ବାଲୁକା କଳା ପ୍ରଦର୍ଶନ ଓ ଶିକ୍ଷା ଅଧିକାର ୱେବସାଇଟ୍ ର ଉନ୍ମୋଚନ

Santosh Upadhaya ,Director,OSHRPC inaugurating SAND ARTଶ୍ରମ ନୁହେଁ ,ପ୍ରତ୍ୟେକଟି ଶିଶୁର ଶିକ୍ଷା ପାଇବାର ଯଥେଷ୍ଟ ଅଧିକାର ଆବଶ୍ୟକତା ରହିଛି । ଭାରତର ସମ୍ବିଧାନ ଅନୁଯାୟୀ ପ୍ରତ୍ୟେକ ଶିଶୁପାଇଁ ଶିକ୍ଷାଏକ ମୌଳିକ ଅଧିକାର । ଶିଶୁ ଶ୍ରମ ନିରାକରଣ ପାଇଁ ଓ ଶିକ୍ଷା ଅଧିକାର ସୁନିଶ୍ଚିତ କରିବା ପାଇଁ ଆଇନ ଥିଲେ ବି ଅନେକ ଶିଶୁ,ଶ୍ରମିକ ଭାବରେ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତ ହୋଇ ନିର୍ଯ୍ୟାତନାର ଶିକାର ହେଉଛନ୍ତି । କୌଣସି ଶିଶୁକୁ ଶ୍ରମରେ ନିଯୁକ୍ତ ନ କରି ତାର ପଢିବାର ଓ ଖେଳିବାର ଅଧିକାରକୁ ସୁନିଶ୍ଚିତ କରିବା ସହ ଶିଶୁ କିପରି ତାର ଶୈଶବ କୁ ଉପଭୋଗ କରିପାରିବ ସେଥିପାଇଁ ଏକ ସୁସ୍ଥ ବାତାବରଣ ଗଢି ତୋଳିବାର ମଧ୍ୟ ଯଥେଷ୍ଟ ଆବଶ୍ୟକତା ରହିଛି । ଏହା ହେଉଛି ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନଙ୍କ ଦ୍ଵାରା ଶିଶୁ ଶ୍ରମ ବିରୋଧୀ ଦିବସ ପରିପ୍ରେକ୍ଷୀରେ ଜନସଚେତନତା ସୃଷ୍ଟି କରିବା ପାଇଁ ସ୍ଥାନୀୟ ଏକାମ୍ର ହାଟ ରେ ପ୍ରସ୍ତୁତ ଏକ ବାଲୁକା କଳାର ବାର୍ତ୍ତା । ଆଜି ଜାତୀୟ ଶିଶୁଶ୍ରମ ବିରୋଧୀ ଦିବସ ପରିପ୍ରେକ୍ଷୀରେ ଅନ୍ୟତମ ରାଜ୍ୟର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ପିକକ୍ ପକ୍ଷରୁ ଆୟୋଜିତ ଶିଳ୍ପୀ ସୁଦାମ ପ୍ରଧାନଙ୍କ ଦ୍ଵାରା ପ୍ରସ୍ତୁତ ଜନସଚେତନତା ନିମନ୍ତେ ଏକ ବାଲୁକା କଳା ସ୍ଥାନୀୟ ଏକାମ୍ର ହାତ ଠାରେ ଉଦଘାଟିତ ହୋଇଯାଇଛି । ଏହାକୁ ରାଜ୍ୟ ମାନବ ଅଧିକାର ସୁରକ୍ଷା ସେଲର ନିର୍ଦ୍ଦେଶକ ତଥା ଅତିରିକ୍ତ ପୋଲିସ୍ ମହାନିର୍ଦ୍ଦେଶକ ଶ୍ରୀଯୁକ୍ତ ସନ୍ତୋଷ ଉପାଧ୍ୟାୟ ଉଦଘାଟନ କରିଥିଲେ । ଏହି ଅବସରରେ ପିକକ୍ ଦ୍ଵାରା ଉଭୟ ଇଂରାଜୀ ଓ ଓଡିଆ ଭାଷାରେ ପ୍ରସ୍ତୁତ ଶିକ୍ଷା ଅଧିକାର ସମ୍ପର୍କିତ ଏକ ୱେବସାଇଟ୍ www.rteodisha.org କୁ ମଧ୍ୟ ଅତିରିକ୍ତ ପୋଲିସ୍ ମହାନିର୍ଦ୍ଦେଶକ ଶ୍ରୀଯୁକ୍ତ ସନ୍ତୋଷ ଉପାଧ୍ୟାୟ ଉନ୍ମୋଚନ କରିଥିଲେ । ଏହି ୱେବସାଇଟ୍ ଟି ଭାରତର ବିଶିଷ୍ଟ ଶିକ୍ଷାବିତ୍ ଡଃ ଜନ୍ କୁରିଏନ୍ ଙ୍କ ତତ୍ତ୍ଵାବଧାନରେ ପ୍ରସ୍ତୁତ କରାଯାଇଛି ।

Share in top social networks!
Powered By Indic IME